Below header

ଲାଜ କରୁଥିବା ଫଟୋ ସେୟାର କଲେ ଦୀପିକା ପାଦୁକୋନ୍‌, ଫ୍ୟାନ୍‌ ପଚାରିଲେ-ପ୍ରେଗନାଣ୍ଟ ଅଛ କି?

ଦୀପିକା ପାଦୁକୋନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ୨୦୨୧ ମସିହା ଆରମ୍ଭ ବେଳେ ନିଜର ସମସ୍ତ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଡିଲିଟ୍‌ କରିଦେଇଥିବା ଦୀପିକା ଆଜି ଏକ ନୂଆ ଫଟୋ ସେୟାର କରିଛନ୍ତି। ଫେବ୍ରୁଆରୀ ମାସର ପ୍ରଥମ ଦିନରେ ସେ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି। ଏହି ଫଟୋରେ ତାଙ୍କ ହସ ଫ୍ୟାନ୍‌ଙ୍କ ହୃଦୟ ଚହଲାଇ ଦେଇଛି। ଦୀପିକା ଏହି ଫଟୋ ସେୟାର କରିବା ପରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଦେଖନ୍ତୁ ପୋଷ୍ଟ:

 

View this post on Instagram

 

A post shared by Deepika Padukone (@deepikapadukone)

ଏହି ନୂଆ ଫଟୋ ସେୟାର କରି ଦୀପିକା କ୍ୟାପସନ୍‌ରେ କେବଳ ଗୋଟିଏ ଶବ୍ଦ ‘ଫେବ୍ରୁଆରୀ’ ଲେଖିଛନ୍ତି।

ଦୀପିକାଙ୍କର ଏହି ସ୍ମାଇଲ୍‌ ଉପରେ ଫ୍ୟାନ୍‌ମାନେ ପୂରାପୂରି ଫିଦା ହୋଇଯାଇଛନ୍ତି। କିଛି ୟୁଜର ତାଙ୍କୁ ହାପି ଫେବ୍ରୁଆରୀ ଲେଖି ରିପ୍ଲାଏ ଦେଉଥିବା ବେଳେ ଆଉ କିଛି ସେ ଗର୍ଭବତୀ ଥିବା ନେଇ ଆଶଙ୍କା କରୁଛନ୍ତି।

DP

ଜଣେ ୟୁଜର ଲେଖିଛନ୍ତି- ପ୍ରେଗନାନ୍ସି! ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ହୋଇପାରେ ମୁଁ ଭୁଲ ହୋଇଥାଇପାରେ, ନାରାଜ ହୁଅ ନାହିଁ, କିନ୍ତୁ ଆପଣ କ’ଣ ଗର୍ଭବତୀ ଅଛନ୍ତି?

କାମ ବିଷୟରେ କହିବା ତ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ ଦୀପିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ତାଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ। ଏହା ବ୍ୟତୀତ ସେ ରଣବୀର ସିଂହଙ୍କ ସହ ୮୩ରେ ମଧ୍ୟ ପରଦାକୁ ଆସିବେ। ସେହିପରି ଶାହାରୁଖଙ୍କ ସହ ‘ପଠାନ୍‌’ରେ ବି ସେ ନଜର ଆସିବେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.