Below header

ଶୀତୁଆ ପାଗରେ ଏହି ଜିନିଷରେ ବନାନ୍ତୁ ମିକ୍ସ ଆଚାର, ଝଟପଟ ହେବ ପ୍ରସ୍ତୁତ

ଶୀତ ଦିନରେ ଆଚାର ଖାଇବାର ମଜା କିଛି ଅଲଗା ପ୍ରକାର। ଏହାର ଚଟପଟା ସ୍ୱାଦ ଖାଦ୍ୟର ସ୍ୱାଦକୁ ବଢ଼ାଇଦିଏ। ଭାରତରେ ଖାଦ୍ୟ ସହିତ ଆଚାର ଖାଇବାର ପରମ୍ପରା କେବେଠୁ ପ୍ରଚଳିତ ଅଛି। ଏମିତିରେ ଆଜି ଆମେ ଆପଣଙ୍କୁ ମିକ୍ସ ଆଚାର ପ୍ରସ୍ତୁତ ବିଷୟରେ ଜଣାଇବୁ। ଯାହାକୁ ଆପଣ ଝଟପଟ ବନାଇ ପାରିବେ। ତେବେ ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ରସୁଣ – ୧୫୦ ଗ୍ରାମ୍‌
  • ଗାଜର – ୨୦୦ ଗ୍ରାମ୍‌
  • ମୂଳା – ୨୦୦ ଗ୍ରାମ୍‌
  • ଲୁଣ – ସ୍ୱାଦାନୁସାରେ
  • ଧନିଆ ପାଉଡର – ୨ ଚାମଚ
  • ସୋରିଷ ପାଉଡର – ୧ ଚାମଚ୍‌
  • ଲାଲ ଲଙ୍କା ପାଉଡର – ୧ ଚାମଚ
  • ଜିରା ପାଉଡର – ଏକ ଚାମଚ
  • ମେଥି ଦାନା – ଏକ ଚାମଚ
  • ହଳଦି ପାଉଡର – ଏକ ଚାମଚ
  • ତେଲ – ୨ କପ୍‌
  • ଗୋଲ ମରୀଚ ପାଉଡର – ଏକ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଆପଣ ରସୁଣର ଚୋପା ଛଡାଇ ଭଲଭାବେ ଧୋଇ ସଫା କରିଦିଅନ୍ତୁ।
  • ଅନ୍ୟପଟେ ଗାଜର ଏବଂ ମୂଳାକୁ ସଫା କରି ଲମ୍ବା ଲମ୍ବା କରି କାଟି ଦିଅନ୍ତୁ।
  • ଏହାପରେ ଏହାକୁ ଏକ ଏଆର ଟାଇଟ୍‌ କଣ୍ଟେନରରେ ରସୁଣ ସହିତ ମିଶାଇ ରଖନ୍ତୁ।
  • ଏହାପରେ ଏକ କଡାରେ ଅନ୍ୟ ସବୁ ସାମଗ୍ରୀକୁ ତେଲରେ ଭାଜି ଦିଅନ୍ତୁ ଏବଂ କଣ୍ଟେନରରେ ଭରିଦିଅନ୍ତୁ।
  • ଏହାପରେ ଏହି କଡାରେ ତେଲକୁ କିଛି ସମୟ ପର୍ଯ୍ୟନ୍ତ ଗରମ କରି ଆଚାରରେ ପକାଇ ଦିଅନ୍ତୁ।
  • ଦୁଇ ରୁ ତିନି ଦିନ ପରେ ଟେଷ୍ଟୀ ଆଚାରକୁ ବାହାର କରି ଖାଇବା ପାଇଁ ସର୍ଭ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.