ଛିଣ୍ଡା ଜୋତା କିମ୍ବା ଚପଲ କେବେ ବି ଘରେ ରଖନ୍ତୁ ନାହିଁ, ନଚେତ ହୋଇଯିବ ସର୍ବନାଶ

ମନୁଷ୍ଯ ଜୀବନରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ତ୍ବ ରହିଥାଏ। ମନୁଷ୍ଯ ମଙ୍ଗଳ ଏବଂ ଅମଙ୍ଗଳ ଅନେକାଂଶ ବାସ୍ତୁ ଉପରେ ନିର୍ଭର କରିଥାଏ। କୁହାଯାଏ କୌଣସି ବ୍ଯକ୍ତି ଉପରେ ବାସ୍ତୁ ଦୋଷ ହୋଇଥାଏ, ତେବେ ଜୀବନରେ ଅନେକ ସମସ୍ଯା ଦେଖାଦିଏ। ବାସ୍ତୁ ନିୟମ ଦିଗ ଏବଂ ସୂର୍ଯ୍ଯଙ୍କ କିରଣ ଉପରେ ଆଧାରିତ ହୋଇଥାଏ।

ବାସ୍ତୁ ନିୟମ ପାଳନ କରିବା ଦ୍ବାରା ଘରକୁ ଖୁସି ଆସିଥାଏ ଏବଂ ସମସ୍ତ କଷ୍ଟ ଦୂର ହୋଇଥାଏ। କିଛି ଲୋକ ବାସ୍ତୁ ଉପରେ ବିଲକୁଲ୍ ଧ୍ୟାନ ଦିଅନ୍ତି ନାହିଁ। ଯାହା ପାଇଁ ଘରେ ଦରିଦ୍ରତା ଏବଂ ରୋଗର ଆଗମନ ହୋଇଥାଏ। ବାସ୍ତୁ ନିୟମକୁ ମାନିବା ଦ୍ବାରା ଘରେ ଧନର ଅଭାବ ହୁଏ ନାହିଁ।

ବାସ୍ତୁ ଅନୁସାରେ, ଘରେ କେବେବି କୌଣସି ଛିଡା ଚପଲ ରଖିବା ଉଚିତ ନୁହେଁ। ଘରେ ଛିଡା ଚପଲ ରଖିବା ଦ୍ବାରା ମଣିଷ ପାଖରେ ସବୁବେଳେ ଧନର ଅଭାବ ରହିଥାଏ। ଏହା ସହ ଘରର ମୁଖିଆ କେବେ ବି ଛିଡା ଚପଲ ପିନ୍ଧିବା ଉଚିତ ନୁହେଁ।

vastu tips

ଅନେକ ଲୋକ ଘରର ଛାତ ଉପରେ ଭଙ୍ଗା ଜିନିଷ ରଖିଦିଅନ୍ତି। ଘରେ ଛାତରେ ଯଦି ଏପରି ଜିନିଷ ରଖୁଛନ୍ତି, ତେବେ ତୁରନ୍ତ ହଟାଇ ଦିଅନ୍ତୁ। ଘରର ଛାତରେ ଭଙ୍ଗା ଜିନିଷ ରଖିବା ଦ୍ବାରା ସ୍ବାସ୍ଥ୍ଯ ସମ୍ବନ୍ଧୀୟ ସମସ୍ଯା ଲାଗିଥାଏ।

ଘରେ କେବେ ବି ଫାଟି ଯାଇଥିବା ବାସନକୁସନ ରଖିବା ଉଚିତ ନୁହେଁ। କିଛି ଲୋକ ଏମିତି ବାସନ ରଖି ଖାଇବା ଖାଇଥାନ୍ତି। ଏମିତି କଲେ ଘରେ ରୋଗ ବାସ କରିଥାଏ। ତେଣୁ ଏହାକୁ ଘରୁ ତୁରନ୍ତ ବାହାର କରିଦିଅନ୍ତୁ।