ଶାରୀରିକ ସମ୍ପର୍କ ରଖିବାକୁ ବିିରୋଧ କଲେ ମହିଳା, ଏଣୁ ରାଗରେ ୩ ମାସର ଝିଅକୁ ନିଆଁରେ ଫିଙ୍ଗିଦେଲା ଅଭିଯୁକ୍ତ

ଦୁଷ୍କର୍ମର ବିରୋଧ କରିବାରୁ ତିନି ମାସର ଛୁଆକୁ ନିଆଁରେ ଫିଙ୍ଗିଦେଲା ଅଭିଯୁକ୍ତ। ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବିହାର ମୁଜାଫରପୁରରେ। ସ୍ଥାନୀୟ ବୋଚହାଁ ଥାନା ଅଞ୍ଚଳର ଏକ ଗାଁରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କ ସହ ପଡ଼ୋଶୀ ନିଶାସକ୍ତ ଅବସ୍ଥାରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ମହିଳା ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ମହିଳାଙ୍କ କୋଳରେ ଥିବା ୩ ମାସର ଶିଶୁକୁ ଛଡ଼ାଇ ନେଇ ନିଆଁରେ ଫିଙ୍ଗିଦେଇଥିଲା। ଫଳରେ ଛୁଆର ୬୦ ପ୍ରତିଶତ ଶରୀର ଜଳିଯାଇଛି। ପରିବାର ଲୋକେ ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ।

ଏହି ଘଟଣା ପରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିବାକୁ ପହଞ୍ଚିଥିଲେ ମଧ୍ୟ ପୋଲିସ ଏହାକୁ ଆପୋସ ବୁଝାମଣା କହି ମାମଲା ରୁଜୁ କରିନଥିଲା। ଏହା ପରେ ଶନିବାର ପୀଡ଼ିତା ମହିଳା ଏସ୍‌ଏସ୍‌ପିଙ୍କୁ ଅଭିଯୋଗ କରିଥିଲେ। ଏସ୍‌ଏସ୍‌ପିଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କରାଯାଇଛି। କୁହାଯାଉଛି ଯେ ଅକଲୁ ନାମକ ଯୁବକ ମହିଳାଙ୍କ ସହ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲା।

ପୀଡ଼ିତାଙ୍କ ସ୍ୱାମୀ କହିଛନ୍ତି, ମିଠନପୁରା ଥାନା ଅଞ୍ଚଳରେ ସେ ଏକ ସାଇକେଲରେ ଘରକୁ ଘର ବୁଲି ଜିନିଷ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ମହିଳା କହିଛନ୍ତି, ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ସ୍ୱାମୀ ବାହାରକୁ ଯାଇଥିଲେ। ଥଣ୍ଡା ଯୋଗୁ ସେ ବାହାରେ ନିଆଁ ପୁଉଁ ଥିଲେ। ଏହି ସମୟରେ ପଡ଼ୋଶୀ ଆସି ତାଙ୍କ ସହ ଜବରଦସ୍ତି କରିଥିଲା। ସେ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କ କୋଳରୁ ୩ ମାସର ପିଲାକୁ ନେଇ ନିଆଁରେ ପକାଇ ଦେଇଥିଲା। ଫଳରେ ଝିଅର ଶରୀର ଜଳିଯାଇଛି। ଏବେ ମେଡିକାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.