Below header

ବିଧାନସଭାରେ ବିରୋଧୀଙ୍କୁ କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ, ୪୩ହଜାର ୫୩୬ଟି ଦରଖାସ୍ତର ଫଇସଲା କରାଯାଇଛି

ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ମୁହଁ ଚୁପ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ମୁହଁ ଚୁପ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଭିଯୋଗ ଶୁଣାଣି ଉପରେ ଚାଲିଥିବା ବିବାଦ ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ସହ ବିବାଦରେ ପୂର୍ଣ୍ଣଛେଦ ଟାଣିଛନ୍ତି।

ଅଭିଯୋଗ ଶୁଣାଣିକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଜନବିରୋଧୀ। ଲୋକେ ସେମାନଙ୍କୁ ଉଚିତ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ । ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ନବୀନ।

କହିଛନ୍ତି, ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିଯୋଗ ଶୁଣାଣୀ କରିଛନ୍ତି । ୬ ମାସ ମଧ୍ୟରେ ୧୯୦ରୁ ଅଧିକ ସ୍ଥାନରେ ଅଭିଯୋଗ ଶୁଣାଣି ହୋଇଛି । ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭ ହଜାର ୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ।

ଏଯାଏ ୪୩ହଜାର ୫୩୬ଟି ଦରଖାସ୍ତର ଫଇସଲା କରାଯାଇଛି । ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣୀରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇଥାନ୍ତେ ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘର ପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି ।
ଭାରୀ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.