Below header

ଜନ୍ମରୁ ଦିବ୍ଯାଙ୍ଗ ହୋଇ ବି ଗୋଡରେ ଆଙ୍କି ପାରୁଛନ୍ତି ଚମତ୍କାର ଚିତ୍ରକଳା, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ଯ

ଜଳେଶ୍ବର(କେନ୍ୟୁଜ୍): ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା। ଜନ୍ମ ରୁ ହାତ ଗୋଡ ଅଚଳ ହୋଇଯାଇ ଥିଲେ ବିନା କୌଣସି ପ୍ରଶିକ୍ଷଣରେ ଗୋଡରେ ଆଙ୍କି ଚାଲିଛନ୍ତି ଚମତ୍କାର ଚିତ୍ରକଳା। ଯିଏ ବି ତାଙ୍କ ଚିତ୍ର କଳା ଦେଖୁଛି ଘଡିଏ ଅଟକି ଯାଉଛି ।ତାଙ୍କର ପ୍ରତ୍ଯେକଟି ଚିତ୍ର ସତେ ଯେମିତି ଜୀବନ୍ତ ଭଳି ମନେହେଉଛି। ଯାହା ପାଇଁ ଆଜି ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ।

girlବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କୁସିଦା ଗ୍ରାମର ଶିବ ପ୍ରସାଦ ସିଂ ଙ୍କ ଝିଅ ନିଳୀମା ସିଂ । ଦିବ୍ଯାଙ୍ଗ ହୋଇ ଜନ୍ମ ହୋଇଥିଲେ। ଜନ୍ମ ରୁ ଦୁଇଟି ଯାକ ହାତ ସମ୍ପୂର୍ଣ୍ଣ ଅଚଳ । ଗୋଟିଏ ଗୋଡର ପଞ୍ଝା ନଥିବାରୁ ଠିକ ରେ ଚାଲବୁଲ କରି ପାରନ୍ତିନି। ଯାହା ଫଳରେ ସ୍କୁଲ କୁ ଯାଇ ନପାରିବାରୁ ଅଧାରୁ ପାଠ ପଢା ରେ ଡୋରି ବନ୍ଧା ହେଲା। ପରିବାର ର ଆର୍ଥିକ ସମ୍ବଳ ନଥିବାରୁ ନିଳୀମା ଙ୍କ ଚିକିତ୍ସା ମଧ୍ଯ କରାଇ ପାରିଲେନି ପରିବାର ଲୋକେ।ଏତେ ସବୁ ପରେ ବି କାହା ଉପରେ ନିର୍ଭର କରନ୍ତି ନାହାନ୍ତି ନିଳୀମା ।

paint

ଗୋଡ ସାହାଯ୍ଯ ରେ ନିଜର ନିତ୍ଯକର୍ମ ସହ ଖାଇବା , ମୁଣ୍ତ କୁଣ୍ତାଇବା , ଡ୍ରେସ ପିନ୍ଧିବା ଇତ୍ଯାଦି ସମସ୍ତ କାର୍ଯ୍ଯ କରି ପାରନ୍ତି।ଏସବୁ ପରିବର୍ତ୍ତେ ନିଳୀମା ଙ୍କ ପାଖରେ ରହିଛି ଅନ୍ଯ ଗୋଟିଏ ପ୍ରତିଭା। ସବୁଠୁ ଆଶ୍ଚର୍ଯ୍ଯର କଥା ବିନା କୌଣସି ପ୍ରଶିକ୍ଷଣରେ ଗୋଡ ସାହାଯ୍ଯ ରେ ଖୁବ ସୁନ୍ଦର ଏବଂ ଚମତ୍କାର ଚିତ୍ର ଆଙ୍କି ପାରୁଛନ୍ତି ନିଳୀମା।କାନ୍ଥ ବାଡ ରେ ଲାଗିଥିବା ଫଟୋ , କିମ୍ବା ଟିଭି ପରଦା ରେ କୌଣସି ଚିତ୍ର ଦେଖି ସେ ଗୋଡ ସାହାଯ୍ଯ ରେ ଅବିକଳ ଚିତ୍ର ଆଙ୍କି ପାରୁଛନ୍ତି । ଏହି ଚିତ୍ରକଳା ବ୍ଯତୀତ ସେ ଗୋଡ ରେ ଖୁବ୍ ସୁନ୍ଦର ମେହେନ୍ଦି ମଧ୍ଯ ଲଗାଇ ପାରନ୍ତି ।ସେଥିପାଇଁ ବାହାଘର ଏବଂ ବିଭିନ୍ନ ପର୍ବ ପର୍ବାଣୀ ରେ ମେହେନ୍ଦି ଆଙ୍କିବା ପାଇଁ ନିଳିମା ଙ୍କ ପାଖରେ ଭିଡ ଜମେ। ଦିବ୍ଯାଙ୍ଗ ହୋଇ ଥିଲେ ବି ଦୃଢ ଇଚ୍ଛାଶକ୍ତି ପାଂଇ ଆଜି ସେ ସମସ୍ତଙ୍କ ର ପ୍ରଶଂସା ର ପାତ୍ର ପାଲଟିଛନ୍ତି।

girl1

ଶିବ ପ୍ରସାଦ ସିଂ ଙ୍କ ଦୁଇ ପୁଅ ଏବଂ ଦୁଇ ଝିଅ ମଧ୍ଯ ରୁ ନିଳୀମା ସବୁଠୁ ସାନ। ଦିବ୍ଯାଙ୍ଗ ହୋଇ ଜନ୍ମ ହୋଇଥିବା ରୁ ଝିଅ ର ଏପରି ଅବସ୍ଥା ଦେଖି ସେ ବେଶୀଦିନ ବଞ୍ଚିବ ନାହିଁ ବୋଲି ଡାକ୍ତର କହିଥିଲେ। ମାତ୍ର ଭଗବାନଙ୍କ ଆଶୀର୍ବାଦରୁ ନୀଳିମା କୁ ଏବେ ୨୫ବର୍ଷ। ଦିବ୍ଯାଙ୍ଗ ଭତ୍ତା ବ୍ଯତୀତ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁ ନଥିବାରୁ ବହୁ କଷ୍ଟରେ ଦିନ କାଟୁଛନ୍ତି ।ଅର୍ଥାଭାବ ଯୋଗୁଂ ତାଙ୍କ ପାଖରେ ଲୁଚି ରହିଥିବା ପ୍ରତିଭା କୁ ପରିପ୍ରକାଶ କରି ପାରୁ ନାହାନ୍ତି ।

ଯଦି ନିଳୀମାଙ୍କୁ ଏ ଦିଗରେ ପ୍ରଶିକ୍ଷଣ ଦିଆଯାଇ ପାରନ୍ତା ତାହାଲେ ତାଙ୍କ ପାଖରେ ଲୁଚି ରହିଥିବା ପ୍ରତିଭା କୁ ସେ ପରିପ୍ରକାଶ କରି ପାରନ୍ତେ। ତେବେ ତାଙ୍କ ଦୃଢ ଇଚ୍ଛା ଶକ୍ତି ଦେଖି ସରକାରୀ ସ୍ତରରେ ସମସ୍ତ ସହାୟାତା ଯୋଗାଇବା ପାଇଁ ପ୍ରୟାସ କରିବା ନିହାତୀ ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.