Below header

କିଛି ଦିନର ବିରତି ପରେ ପୁଣି ରାଜ୍ଯରେ ଆରମ୍ଭ ହେଲା DL ଟେଷ୍ଟିଂ

କେନ୍ଯୁଜ୍: ରାଜ୍ଯରେ ପୂର୍ବରୁ DL ଚେକିଂ ଜୋର୍ ଧରିଥିବା ବେଳେ କରୋନା ମହାମାରୀ ଏଥିରେ ବ୍ରେକ ଲଗାଇଥିଲା। ଏନେଇ ଗତ ମାର୍ଚ୍ଚ ୨୫ରୁ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନ୍‌ସ ଟେଷ୍ଟ ବନ୍ଦ ଥିଲା। ବର୍ତ୍ତମାନ କିନ୍ତୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି DL ଟେଷ୍ଟ । କରୋନା ପାଇଁ ବନ୍ଦ ରହିଥିବା ଟେଷ୍ଟ ପୁଣି ଆରମ୍ଭ ହୋଇଛି । DL ଟେଷ୍ଟପାଇଁ ସାନି ସ୍ଲଟ ବୁକିଂ କରାଯାଉଛି । ସକାଳ ୭ଟାରେ DL ଟେଷ୍ଟିଂ ସ୍ଲଟ ବୁକିଂ ଖୋଲିଛି । ସକାଳ ୭ଟାରୁ ରାତି ୧୦ଟା ଯାଏ ଚାଲିବ ସ୍ଲଟ ବୁକିଂ।

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ LL ସ୍ଲଟ୍‌ ବୁକିଂ । ୧୮ରୁ DL ଓ ୨୯ତାରିଖରୁ LL ଟେଷ୍ଟ ଆରମ୍ଭ ହେବ । ସରକାରଙ୍କ ସବୁ ଗାଇଡଲାଇନ୍‌ ମାନି ଟେଷ୍ଟ କରାଯିବ । ସବୁ କର୍ମଚାରୀ ଓ ଆବେଦନକାରୀ ମାସ୍କ ପିନ୍ଧିବେ । ଟେଷ୍ଟିଂ ବେଳେ ସାମଜିକ ଦୂରତା ମଧ୍ଯ ପାଳନ କରାଯିବ। ପରୀକ୍ଷା ଦେବାକୁ ଆସିଥିବା ପ୍ରତ୍ୟେକ ଆବେଦନକାରୀଙ୍କ ଟେଷ୍ଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.