Below header

୯୪ ଅକ୍ସିଜେନ ଲେବଲ ତଳକୁ ଖସିଲେ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ

ଭୁବନେଶ୍ୱର(କେ ନ୍ୟୁଜ): କରୋନାକୁ ନେଇ ଆଜି ଅପରାହ୍ନରେ କିଛି ଜରୁରୀ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର ଖିରୋଦ କୁମାର ରାଉତ । ଡାକ୍ତର ରାଉତଙ୍କ ସହ କରୋନାର ଦ୍ଵିତୀୟ ଲହରକୁ ନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ଜୟନ୍ତ କୁମାର ପଣ୍ଡା । ବିଶେଷଜ୍ଞଙ୍କ ଅନୁଯାୟୀ ଡାକ୍ତରଙ୍କ ପରାମର୍ଶରେ ଫାବିପିରାଭିର ହିଁ ଔଷଧ ଖାଇବା ଉଚିତ । କୌଣସି ଲକ୍ଷଣ ଦେଖାଦେଲେ କିମ୍ବା ସନ୍ଦେହ ହେଲେ କରୋନା ଟେଷ୍ଟ କରାଇ ନେବା ଉଚିତ । ମନଇଚ୍ଛା ଔଷଧ ଖାଇବାରୁ ବିରତ ରହିବାକୁ ବରିଷ୍ଠ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହି ଭୁତାଣୁ ମଣିଷର ନାକ, ପାଟି ଦେଇ ଶରୀର ଭିତରକୁ ଯାଉଥିବା ନେଇ ଜଣାଯାଇଛି । ଆଉ ଧୀରେ ଧୀରେ ଫୁସଫୁସକୁ ନଷ୍ଟ କରିଦେଉଛି । କିନ୍ତୁ ଯଦି ଏବେଠୁ ଚେଷ୍ଟା କରାଯାଏ ତେବେ ତୃତୀୟ ଲହରକୁ ଏଡାଇ ଦେଇହେବ ବୋଲି କହିଛନ୍ତି ।

ଡାକ୍ତରଙ୍କ ଅନୁଯାଇ ୯୪ ଲେବଲ ତଳକୁ ଅକ୍ସିଜେନ ଲେବଲ ଖସିଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ । କିନ୍ତୁ କିଛି ବ୍ୟାୟାମ କରି ଅକ୍ସିଜେନ ସ୍ତର ବଢାଇ ହେବ । ଏହା ବ୍ୟତୀତ ପ୍ରୋନିଙ୍ଗ କରି ବା ତକିଆ ଉପରେ ପେଟେଇ କରି ଶୋଇଲେ ମଧ୍ୟ ଶରୀରର ଅକ୍ସିଜେନ ମାତ୍ରାକୁ ବଢ଼ାଇ ଦେଇହେବ । ଡ଼ାହାଣ ହାତର ମଝି ଆଙ୍ଗୁଠିରେ ଅକ୍ସିମିଟର ରଖି ମାପିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.