ଶିଳ୍ପା ସେଟ୍ଟୀଙ୍କ ଘରେ କରୋନା, ଅଭିନେତ୍ରୀଙ୍କୁ ଛାଡ଼ି ପୂରା ପରିବାର କୋଭିଡ ପଜିଟିଭ

କରୋନା ଭାଇରସର ଦ୍ବିତୀୟ ଲହରୀ ପୂରା ଦେଶକୁ ନିଜ କବ୍ଜାକୁ ନେଇଯାଇଛି। ଏଇ କିଛିଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ଏହାର ଭୟଙ୍କର ପ୍ରକୋପ ଦେଖିବାକୁ ମିଳୁଛି। ଅନେକ ବଡ଼ ବଡ଼ କଳାକାର କରୋନା ପଜିଟିଭର ଶିକାର ହେଉଥିବା ବେଳେ ଆଉ କିଛି କଳାକାର କରୋନାରେ ଆଖି ବୁଜିଛନ୍ତି।

ଏବେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୂରା ପରିବାର କରୋନା ପଜିଟିଭର ଶିକାର ହୋଇଛନ୍ତି। ଏ ନେଇ ଶିଳ୍ପା ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି କି, ସେ ଗତ ୧୦ ଦିନ ହେବ ମୁସ୍କିଲର ସାମ୍ନା କରୁଛନ୍ତି।

ଶିଳ୍ପା ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜଣାଇଛନ୍ତି, ‘ପ୍ରଥମେ ମୋ ଶାଶୁ, ଶ୍ୱଶୁର କରୋନା ପଜିଟିଭ ଆସିଥିଲେ। ଏହାପରେ ସମିଷା, ଭିୟାନ-ରାଜ, ମୋ ମମ୍ମି ଏବଂ ଶେଷରେ ରାଜ ସଂକ୍ରମିତ ହୋଇଥିଲେ। ସରକାରୀ ଗାଇଡଲାଇନ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତେ ଏବେ ନିଜ ନିଜ ରୁମରେ ଘରେ ହିଁ ଆଇସୋଲେଶନରେ ଅଛନ୍ତି’।

ଶିଳ୍ପା ଆହୁରି କହିଛନ୍ତି କି, ‘ଆମର ଦୁଇଜଣ ଘରୋଇ ଷ୍ଟାଫ ମଧ୍ୟ ପଜିଟିଭ ବାହାରିଛନ୍ତି। ଏବେ ସେମାନଙ୍କ ଚିକିତ୍ସା ଚାଲିଛି। ଭଗବାନଙ୍କ କୃପାରୁ ସମସ୍ତଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି। ମୋ ଟେଷ୍ଟ ନେଗେଟିଭ ଆସିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.