Below header

ଭଦ୍ରକ: ଜଣକର ମଜା ଆଉ ଜଣଙ୍କ ପାଇଁ ପାଲଟିଗଲା ସଜା, ବାହାଘର ବାଣ ଫୁଟାରେ ପରିବା ବିକାଳିର ଚାଲିଗଲା ଆଖି

ଭଦ୍ରକ(କେନ୍ୟୁଜ୍):  ଜଣକର ମଜା ଆଉ ଜଣଙ୍କ ପାଇଁ ପାଲଟିଗଲା ସଜା । ବିବାହ ଉତ୍ସବରେ ରାସ୍ତାରେ ବାଣ ଫୁଟାଉଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ଯୁବକ ଉପରେ ବାଣ ପଡି ତାଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।  ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଲାହା ପଟି ଠାରେ। ତେବେ ଲକ ଡାଉନ ସମୟରେ ବିବାହ ଉତ୍ସବ ଉପରେ କଡା କଟକଣା ଲଗାଯାଇଛି।  କିନ୍ତୁ ଏ ସବୁ ସତ୍ତ୍ବେ ଜଣେ ଲୋକ ବିବାହ ଉତ୍ସବରେ ରାସ୍ତାରେ ବାଣ ଫୁଟାଉଥିଲେ।

bhadrak 2

ଏହି ରାସ୍ତାରେ ଧନା ତୋଳା ଅଞ୍ଚଳ ସେକ ନାଶିର ନାମକ ଜଣେ ପରିବା ବିକାଳୀ ଆଜି କଚେରୀରୁ ପରିବା ବିକ୍ରି କରି ନିଜ ଘରକୁ ଫେରୁଥିଲେ।  ଏହି ସମୟରେ ବାଣ ଫୁଟି ବାଣର କିଛି ଅଂଶ ତାଙ୍କ ଆଖିରେ ଆସି ପଡିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ ଭଦ୍ରକ ଓ ପରେ କଟକ ବଡ଼ ଡାକ୍ତର ଖାନାକୁ ପଠାଯାଇଛି। ତେବେ ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସହ ମୁଣ୍ଡରେ ଆଘାତ ଲାଗିଛି। ଏହି ଖବର ପାଇଁ ପୋଲିସ ସେଠାରେ ପହଞ୍ଚି ବାଣ ଫୁଟାଉ ଥିବା ଯୁବକଙ୍କୁ ଖୋଜିବା ସହିତ ଘର ମାଲିକଙ୍କୁ ଥାନାକୁ ଡକାଇ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.