Below header

ଭୁବନେଶ୍ୱରରେ ଆଜି ତୃତୀୟ ଦିନ ଲାଗି ୩ଟି ସ୍ଥାନରେ ଦୁଇ ଓଳି ରନ୍ଧାଖାଦ୍ୟ ଯୋଗାଇଛି କିଟ୍‌ ଓ କିସ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ କିଟ୍‌ ଓ କିସ ପକ୍ଷରୁ ଆଜି ତୃତୀୟ ଦିନ ଲାଗି ୩ଟି ସ୍ଥାନରେ ଦୁଇ ଓଳି ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ଆସୋସିଏସନ ଫର ବ୍ଲାଇଣ୍ଡ, ମଞ୍ଚେଶ୍ୱରର ଗୋପବନ୍ଧୁ ଲେପ୍ରୋସୀ କଲୋନୀ ଓ ଜଗନ୍ନାଥ ଲେପ୍ରୋସୀ କୋଲୋନୀରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି।

କିଟ୍‌ ଓ କିସ୍‌ ସର୍ବଦା ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇଆସିଛି। ମହାମାରୀ ହେଉକି, ପ୍ରାକୃତିକ ଦୁର୍ବିପାକ, କିଟ୍‌ ସର୍ବଦା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଆସିଛି। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ମେ’୫ରୁ ୧୯ ଯାଏ ତାଲାବନ୍ଦ ଘୋଷଣା କରିଛନ୍ତି।

ଏହି ସମୟରେ ଭୁବନେଶ୍ୱରରେ ରହୁଥିବା ନିରାଶ୍ରୟ ଓ ଗରିବ ଲୋକମାନେ ଖାଦ୍ୟ ପାଇଁ ଯେଭଳି କୌଣସି ଅସୁବିଧାରେ ନପଡନ୍ତି, ସେଥିପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତାଲାବନ୍ଦ ସମୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିରାଶ୍ରୟ ଓ ଗରିବ ଲୋକଙ୍କୁ ମଧ୍ୟାହ୍ନଭୋଜନ ଓ ରାତ୍ର ଭୋଜନରେ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତବର୍ଷ ମଧ୍ୟ କିଟ୍‌ ଓ କିସ୍‌ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଗରିବ ଓ ନିରାଶ୍ରୟଙ୍କୁ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏହା ସହ ବିଭିନ୍ନ ଅଞ୍ଚଳରେ ବୁଲା ପଶୁ ଓ ପକ୍ଷୀଙ୍କୁ ମଧ୍ୟ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.