Below header

ZOOOK ଭାରତରେ ଲଂଚ କଲା ଷ୍ଟାଇଲିସ ୱେୟାରଲେସ ମାଉସ, ୭ ଟି ଆକର୍ଷଣୀୟ ରଙ୍ଗରେ ମିଳିବ

ଭାରତରେ ଗେମିଙ୍ଗ ହେଡ଼ଫୋନ ଲଞ୍ଚ କରିବା ପରେ ଫ୍ରାନ୍ସ କମ୍ପାନୀ ZOOO K ଭାରତୀୟ ବଜାରରେ ଏକ ଷ୍ଟାଇଲିସ ଗେମିଙ୍ଗ ମାଉସ ZOOOK Blade ଲଞ୍ଚ କରିଛି । ଏହି ମାଉସଟି ଦେଖିବାକୁ ବିଲକୁଲ ଆପଲ ମାଉସ ପରି । ZOOOK Blade ରେ ରବଡ଼ ସ୍କ୍ରଲ ହ୍ୱିଲ ଅଛି | ଯାହାକୁ ସ୍କିଂନକୁ ପ୍ରୋଟେକ୍ସନ କରିପାରିବ । ZOOOK Blade ଗେମିଙ୍ଗ ମାଉସ ଏଲଇଡ଼ି ବ୍ଲାକଲାଇଟ କଲରେ ଆସିଥାଏ । ଭିନ୍ନ ଭିନ୍ନ ୭ ଟି ରଙ୍ଗରେ ବି ଏହା ବଜାରରେ ଉପଲବ୍ଧ ହେଉଛି । ଯଦି କୌଣସି ପ୍ଲେୟରଙ୍କର ଗେମିଙ୍ଗ ସମୟରେ ଧ୍ୟାନରେ ବ୍ୟାଘାତ ସୃଷ୍ଟି ହେଉଥିଲେ ଏଲଇଡ଼ି ଲାଇଟକୁ ବନ୍ଦ କରିଦେଇହେବ ।

ZOOOK Blade ଏକ ରି-ଚାରଯେବଲ ଗେମିଙ୍ଗ ମାଉସ । ଯାହାକି ୬୦୦ mAh ଲିଥିୟମ ଅୟନ ବ୍ୟାଟେରୀ ସୁବିଧା ରହିଛି । ମାଉସ ବ୍ୟାଟେରୀକୁ ୟୁଏସବି କେବଲ ମାଧ୍ୟମରେ ଚାର୍ଜ କରାଯାଇ ପାରିବ । ଏହା ବ୍ୟତୀତ ମାଉସର ଏକ ବିଶେଷତା ହେଉଛି ଏହାକୁ ମଲ୍ଟି ଷ୍ଟେଜ ଏନର୍ଜି ଶେଭିଂଗ ମୋଡ ଅଛି । ଏଥିରେ ଅଟୋ ସ୍ଲୀପିଙ୍ଗ ମୋଡ ବି ରହିଛି । ୧୦ ମିନିଟ ପର୍ଯ୍ୟନ୍ତ ବ୍ୟବହାର ନହେଲେ ମାଉସ ସ୍ଲୀପିଙ୍ଗ ମୋଡକୁ ଚାଲିଯାଇଥାଏ ।

ଏହି ଗେମିଙ୍ଗ ମାଉସରେ ୨.୪ G ୱେୟାରଲେସ ଟେକ୍ନୋଲୋଜି ରହିଛି । ଏହାକୁ ବ୍ୟବହାର କରିବା ପାଇଁ କୌଣସି ଡ୍ରାଇଭର ଆବଶ୍ୟକତା ପଡ଼ିନଥାଏ । ଏଥିରେ ତିନି ସ୍ପୀଡ 800/ 1200/1600 ରହିଛି । ଏଥିରେ ୱାଇଣ୍ଡୋଜ 7/8/10/XP, Vista 7/8 , Mac ଓ Linuxରେ ବ୍ୟବହାର କରାଯାଇପାରିବ | ZOOOK Blade ର ମୂଲ୍ୟ ୯୯୯ ମୂଲ୍ୟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.