Below header

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅପିଲ୍‌, ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ପାଳନ ଆହ୍ଵାନକୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ କଲେ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ):  କରୋନା ଭାଇରସ୍‌ ମୁକାବିଲା ପାଇଁ ଜନସାଧାରଣ ସଚେତନ ରହିବା ପାଇଁ ୧୫ ଦିନ ହେଲା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବିଭିନ୍ନ ଜରିଆରେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ଡକ୍ଟର ସାମନ୍ତ କିଟ୍‌ ଓ କିସ୍‌ କର୍ମଚାରୀଙ୍କ ଜରିଆରେ ଓଡ଼ିଶାର ସମସ୍ତ ପଞ୍ଚାୟତ ଓ ବ୍ଲକ ତଥା କନ୍ଧମାଳ ସଂସଦୀୟ କ୍ଷେତ୍ରରେ କରୋନା ସମ୍ପର୍କିତ ସଚେତନତା ଜାରି ରଖିଛନ୍ତି । ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଯେଉଁ ଆହ୍ଵାନ ଦେଇଛନ୍ତି ତାହାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବା ପାଇଁ ଆଜି ଡକ୍ଟର ସାମନ୍ତ ସୋସିଆଲ୍‌ ମିଡିଆରେ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଡକ୍ଟର ସାମନ୍ତ କହିଛନ୍ତି, କରୋନା ଭୂତାଣୁର ମୁକାବିଲା ଓ ଏହାର ବ୍ୟାପକତାକୁ ରୋକିବା କ୍ଷେତ୍ରରେ ଜନତା କର୍ଫ୍ୟୁ ହେଉଛି ଏକ ଜନଜାଗରଣ । ଏହାକୁ ସେ ସମର୍ଥନ କରୁଛନ୍ତି ।

କାଲି ରବିବାରକୁ ଜନତା କର୍ଫ୍ୟୁ ଭାବରେ ପାଳନ କରିବା ବିଜ୍ଞାନ ସମ୍ମତ ଓ ଏହାଦ୍ୱାରା କରୋନା ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କହିଛନ୍ତି ଡକ୍ଚର ସାମନ୍ତ । ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଛନ୍ତି ଓ ସାଢ଼େ ୪ କୋଟି ଓଡ଼ିଶାବାସୀ ଏହାକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସମେତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ୍‌, ଯାଜପୁର ଟାଉନ୍‌, ରାଉରକେଲା ଆଦି ସହରରେ ଆସନ୍ତାକାଲି ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ଏହା କରୋନା ଭୂତାଣୁ ବ୍ୟାପିବାକୁ ରୋକିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । ଆମେ ଆମର ସାମାଜିକ ଦାୟିତ୍ୱ ନିର୍ବାହ କରିବା ଉଚିତ । ଏହାକୁ ଅକ୍ଷର ଅକ୍ଷରେ ପାଳନ କରିବା ଉଚିତ୍‌ । କାରଣ ବର୍ତ୍ତମାନ ଆମେ ଯାହା କରିବା ଭବିଷ୍ୟତରେ କଣ ଘଟିବ ତାହା ସ୍ଥିର କରିବ ବୋଲି କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.