Below header

କରୋନା ଯୋଗୁଁ ଅନାହାରରେ ବଞ୍ଚୁଛନ୍ତି ବୁଲା କୁକୁର, ଗୋରୁ ଓ ମାଙ୍କଡ, ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଆଗେଇ ଆସିଲେ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): କରୋନା ଯୋଗୁଁ ବିଭିନ୍ନ ହୋଟେଲ୍‌, ଜଳଖିଆ ଦୋକାନ ଓ ପଯ୍ୟର୍ଟନ ସ୍ଥଳ ଆଦି ବନ୍ଦ ହୋଇଯାଇଥିବା ଯୋଗୁଁ ଏଗୁଡିକ ଉପରେ ନିର୍ଭର କରି ବଞ୍ଚୁଥିବା ବୁଲା କୁକୁର, ଗୋରୁ, ମାଙ୍କଡମାନେ ଖାଦ୍ୟ ଖାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବୁଲା ପଶୁଙ୍କୁୂ ଖାଦ୍ୟ ଯୋଗାଇ ଦେବା ନିମନ୍ତେ କିଟ୍‌ ଓ କିସ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।  କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ସ୍ଥାନୀୟ ଶିଖରଚଣ୍ଡୀ ପାହାଡରେ ଥିବା ମାଙ୍କଡମାନଙ୍କୁ ଖାଦ୍ୟ ବଣ୍ଟନ କରି ଏହି କାଯ୍ୟର୍କ୍ରମର ଶୁଭାରମ୍ଭ କରିଛନ୍ତି । ଡ. ସାମନ୍ତଙ୍କ ଉଦ୍ୟମରେ ଆଜିଠାରୁ ୨୦ ଦିନ ପଯ୍ୟର୍ନ୍ତ ଜୀବଜନ୍ତୁଙ୍କୁ ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଛି । ଖଣ୍ଡଗିରି, ଉଦୟଗିରି, ଧଉଳିିଗିରି, ଶିଖରଚଣ୍ଡୀ ଓ ନନ୍ଦନକାନନ ଅଞ୍ଚଳରେ ରହୁଥିବା ମାଙ୍କଡମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପନିପରିବା ବଣ୍ଟନ କରାଯିବ ।

ପ୍ରତିଦିନ କିଟ୍‌ର ଦୁଇ ଜଣ ଲେଖାଏଁ କର୍ମଚାରୀ ଏହି କାଯ୍ୟର୍ କରିବେ । ସେହିପରି ବୁଲା କୁକୁର ଓ ଗୋରୁଙ୍କୁ ମଧ୍ୟ ପ୍ରତିଦିନ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ନାଲକୋ ଛକ ଠାରୁ ଆରମ୍ଭ କରି କିଟ୍‌ ଓ ଅନ୍ୟାନ୍ୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଦାନ କରାଯିବ । ରନ୍ଧାଖାଦ୍ୟ ବ୍ୟତୀତ କୁକୁରଙ୍କ ପାଇଁ ବିସ୍କୁଟ୍‌ ଓ ଅନ୍ୟ ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ ।

କିଟ୍‌ର ଦୁଇଜଣ କର୍ମଚାରୀ ଏହି କାଯ୍ୟର୍ କରିବେ । ଏହା ବ୍ୟତୀତ ଆସନ୍ତା ରବିବାରଠାରୁ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ରହୁଥିବା ଗରିବ ଲୋକ, ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ୪୦ ହଜାର ପରିବାର ଓ ସେମାନଙ୍କ ପିଲାଙ୍କ ପାଇଁ ଚୁଡା, ଚିନି ଓ ଡ୍ରାଏ ଫ୍ରୁଟସ୍‌ ପ୍ରଦାନ କରାଯିବ । ପୋଲିସ ସହାୟତାରେ ମାତ୍ର ୨ ଜଣ ଲେଖାଏଁ କର୍ମଚାରୀ ସାମାଜିକ ଦୂରତ୍ୱ ବଜାୟ ରଖି ଏହି କାଯ୍ୟର୍ କରିବେ ବୋଲି ପ୍ରତିଷ୍ଠାତା ଡ. ସାମନ୍ତ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.