Below header

ଅଷ୍ଟ୍ରେଲିଆର ମୃତ୍ୟୁ ଦୂତ, ଦୁଇଟି ମସ୍‌ଜିଦ୍‌ରେ ପଶି ବନ୍ଧୁକ ମୁନରେ କରିଥିଲା ୫୦ ଲୋକଙ୍କୁ ହତ୍ୟା

ସେଦିନ ଥିଲା ୧୫ ମାର୍ଚ୍ଚ ୨୦୧୯ ମସିହା । ନ୍ୟୁଜ୍‌ଲାଣ୍ଡର ଦୁଇଟି ମସ୍‌ଜିଦରେ ଚାଲିଲା ଆଖିବୁଜା ଗୁଳି । ସଙ୍ଗେ ସଙ୍ଗେ ଟଳିପଡିଲେ ୫୧ ଲୋକ । ଏଥିରେ ମଧ୍ୟ ମୃତ୍ୟୁ ବରଣ କରିଥିଲେ ୮ ଭାରତୀୟ । ଗୁଳି କରିଥିବା ଏହି ଆତଙ୍କବାଦୀ ହେଲେ ଅଷ୍ଟ୍ରେଲିଆର ୨୮ ବର୍ଷ ଯୁବକ ବେଣ୍ଟନ୍‌ ହେରିସନ୍‌ ଟରେଣ୍ଟ ।
ନ୍ୟୁଜ୍‌ଲାଣ୍ଡର ଦୁଇଟି ମସ୍‌ଜିଦରେ ପ୍ରାଥନା ଚାଲିଥିବା ବେଳେ ଆଖିବୁଜା ଗୁଳି ଚଳାଇବା ସହ ମୃତ୍ୟୁର ବିଭିଷିକାକୁ ମଧ୍ୟ ଲାଇଭ ଭିଡିଓ କରିଥିଲା ଉକ୍ତ ଆତଙ୍କବାଦୀ । ଏହାର ୨୧ ମିନିଟ୍‌ ପରେ ପୁଲିସ୍‌ ତାକୁ ଗିରଫ କରିଥିଲା ।

ଏହି ନରସଂହାରକୁ ଦେଶର ସାରା ମୁସଲିମ୍‌ ସମୁଦାୟ ପ୍ରତିବାଦ କରିଥିଲେ । ଫଳରେ ପ୍ରଧାନମନ୍ତ୍ରୀ ଦେଶରେ ବନ୍ଧୁକ ରଖିବାର ଆଇନରେ ମଧ୍ୟ ପରିବର୍ତ୍ତନ କରିଥିଲେ । ସବୁଠୁ ବଡ଼ କଥା ହେଲା ଏହି ଦୁର୍ଘଟଣାରେ ବାଂଲାଦେଶର କ୍ରିକେଟ ଟିମ୍‌ ଅଳ୍ପକେ ରକ୍ଷା ପାଇଯାଇଥିଲେ ।

ଟରେଣ୍ଟ ପେଶାରେ ଜଣେ ଫିଟ୍‌ନେସ୍‌ ଇନ୍‌ଷ୍ଟ୍ରକ୍ଟର ଥିଲେ । ପୋଲିସ ତାଙ୍କୁ କୋର୍ଟରେ ହାଜର କଲାବେଳେ ସେ ହସୁଥିବାର ଦେଖାଯାଇଥିଲା । ନିଜକୁ ଟରେଣ୍ଟ ଜଣେ ଫାସିଷ୍ଟ ବୋଲି କହିବା ସହ ଏହି କାମ ପାଇଁ ତାଙ୍କର କୈାଣସି ଅନୁଶୋଚନା ନଥିବା ସେ ପ୍ରକାଶ କରିଥିଲେ ।

ଏହି ମାମଲାର ଶୁଣାଣି ଜୁନ୍‌ ମାସରେ ହେବାକୁ ଥିବା ବେଳେ ଲକ୍‌ଡାଉନ୍‌ ସତ୍ତ୍ୱେ ଏହାର ଶୁଣାଣି ଏବେ କରାଯିବାକୁ ସ୍ଥିର କରାଯାଇଛି । ଟରେଣ୍ଟର ଦଣ୍ଡ ବିଧାନ କରାଯାଇଥିବାରୁ ପୀଡ଼ିତଙ୍କ ପରିବାର ଖୁସି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.