Below header

କେରଳର ଅମ୍ରିତା ବିଶ୍ୱବିଦ୍ୟାପୀଠମ୍‍ ଏବଂ ଅମ୍ରିତାପୁରୀ ଆଶ୍ରମ କ୍ୟାମ୍ପସ୍‍ ପରିଦର୍ଶନ କଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କେରଳସ୍ଥିତ ଅମ୍ରିତା ବିଶ୍ୱବିଦ୍ୟାପୀଠମ୍‍ ଏବଂ ଅମ୍ରିତାପୁରୀ ଆଶ୍ରମ କ୍ୟାମ୍ପସ୍‍ ପରିଦର୍ଶନ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ତଥା ବିଶିଷ୍ଟ ମାନବବାଦୀ ଶ୍ରୀ ମାତା ଅମୃତାନନ୍ଦମୟୀ ଦେବୀ (ଆମ୍ମା)ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ସାମନ୍ତ ମାତା ଅମ୍ରିତାପୁରୀ ଆଶ୍ରମ ପରିଦର୍ଶନ କରିବା ସହ ଆମ୍ମାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ଏବଂ ସୁଇଜରଲାଣ୍ଡ ସାଂସଦ ତଥା କିଟ୍‍ ଓ କିସ୍‍ର ଗ୍ଲୋବାଲ୍‍ ଆମ୍ବାସାଡ଼ାର ନିକ୍‍ ଗଗର ଆମ୍ମାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆମ୍ମାଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ବ୍ୟକ୍ତିଗତ ଭାବେ ପ୍ରଦାନ କରିଥିଲେ।

amma

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଅନୁଷ୍ଠିତ କିଟ୍‍ ବିଶ୍ୱବିଦ୍ୟାଳୟର ଭର୍ଚୁଆଲ୍‍ ସମାବର୍ତ୍ତନରେ ଆମ୍ମାଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଥିଲା। ସେତେବେଳେ କରୋନା ମହାମାରୀ ଯୋଗୁଁ ଆମ୍ମା ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇପାରି ନଥିଲେ। ଆଶ୍ରମ ଓ ଅମ୍ରିତା ବିଶ୍ୱବିଦ୍ୟାପୀଠମ୍‍ ପରିଦର୍ଶନ କରି ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ କହିଲେ, ଆମ୍ମାଙ୍କ ଆଶୀର୍ବାଦ ନେବା ଓ ଏହି ସ୍ଥାନ ପରିଦର୍ଶନ କରିବା ପାଇଁ ଦୀର୍ଘ ଦିନରୁ ମୋର ଇଚ୍ଛା ରହିଥିଲା। ଆଜି ସେହି ଇଚ୍ଛା ପୂରଣ ହୋଇଛି। ଆମ୍ମାଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.