ଝାଡ଼ପଡ଼ା ଗଣେଷ ବଜାରର ଦୋକାନ ଉଚ୍ଛେଦ ଘଟଣା:ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ ଲୋଡିଲା ବିଜେପି

ଭୁବନେଶ୍ୱର (କେନ୍ୟୁଜ୍): ଆଜି ରାଜଧାନୀର ଛାତି ଉପରେ ପୋଲିସ ଓ ପ୍ରଶାସନର ରାତି ଅଧିଆ ଦାଦାଗିରି ସମସ୍ତ ସୀମାକୁ ଉଲ୍ଲଂଘନ କରିଛି । ପୋଲିସର ଏହି କାର୍ଯ୍ୟକଳାପ ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରୀକ, ଅନୈତକି ଏବଂ ଅମାନବୀୟ । କୈାଣସି ସୁଚନା ନଦେଇ ବିଏମସି, ବିଡିଏ ଏବଂ ସାଧାରଣ ପ୍ରଶାସନ ଆଜି ପ୍ଲାଟୁନ ପ୍ଲାଟୁନ ପୋଲିସ ଉପସ୍ଥିତିରେ ଯେଉଁ ଭଳି ଭାବେ ଶହ ଶହ ଦୋକାନ ଭାଙ୍ଗି ଦେଇ ଧ୍ୱଂସ କରିଦେଲେ ତାହା ଅବର୍ଣ୍ଣନୀୟ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ସଦ୍ୟ ସମାପ୍ତ ମହାନଗର ନଗିମ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହୋଇଥିବାରୁ ରାଜନୈତିକ ଅସହିଷ୍ନୁତାର ଚରମ ସୀମା ଉଲ୍ଲଂଘନ କରି ପ୍ରତିଶୋଧପରାୟଣ ହୋଇପଡିଛି ଶାସକ ବିଜେଡି । ଭୂବନେଶ୍ୱର ଝାରପଡାରେ ଗଣେଷ ବଜାରରେ ଦୋକାନ ବଜାର କରି ନିଜ ପରିବାରର ଗୁଜୁରାଣ ମେଂଟାଉଥିବା ଗରୀବ ବେପାରୀମାନେ ଆଜି ଶାସକ ବିଜେଡିର ଆକ୍ରୋଶର ଶିକାର ହୋଇଛନ୍ତି । ରାତି ଅଧରେ ଶହ ଶହ ସଂକ୍ୟାରେ ପୋଲିସ ଉପସ୍ଥିତିରେ ଦୋକାନ ଘର ଭାଙ୍ଗିବା ସହିତ ଦୋକାନ ସାମଗ୍ରୀ ନେଇଯାଇଛନ୍ତି ।

ଏହା ଦ୍ୱାରା ଗରୀବ ଦୋକାନୀମାନଙ୍କ ବହୁ କ୍ଷତି ହୋଇଛି । ବିଏମସି, ବିଡିଏ, ସାଧାରଣ ପ୍ରଶାସନ ଏବଂ ପୋଲିସର ଅମାନବିକ କାର୍ଯ୍ୟକଳାପକୁ ନେଇ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ତରଫରୁ ନିବେଦନ କରାଯାଇଛି । ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ମେୟର ପ୍ରାର୍ଥିନୀ ସୁନିତୀ ମୁଣ୍ଡ, କର୍ପୋରେଟର ଧରିତ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.