ଲୋକସଭାରେ ଜଳବାୟୁ ପରିବର୍ତ୍ତନ ନେଇ ଆଲୋଚନା,ଅଂଶଗ୍ରହଣ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ଲୋକସଭାରେ ଜଳବାୟୁ ପରିବର୍ତ୍ତନ ଆଲୋଚନାରେ ବିଜୁ ଜନତା ତରଫରୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଅଂଶଗ୍ରହଣ କରି କହିଲେ, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥିତି ଉପରେ ଡ. ସାମନ୍ତ ଆଲୋକପାତ କରିବା ସହ ସମସ୍ତେ ସାମୂହିକ ଭାବେ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନର କିପରି ମୁକାବିଲା କରାଯାଇପାରିବ ସେ ନେଇ ଜନଜାତି ସଂପ୍ରଦାୟର ଲୋକଙ୍କଠାରୁ ଶିଖିବାର ଅଛି ବୋଲି କହିଥିଲେ।

ଜନଜାତି ସଂପ୍ରଦାୟର ଲୋକେ ପରିବେଶ ଓ ପ୍ରକୃତିକୁ ସୁରକ୍ଷିତ ରଖି କିପରି ଜୀବନଜୀବିକା ନିର୍ବାହ କରୁଛନ୍ତି ତା ଉପରେ ଆଲୋକପାତ କରିଥିଲେ। ତେଣୁ ଏବୁଠୁ ଆମକୁ ସଚେତନ ହୋଇ କାର୍ଯ୍ୟ କରିବାକୁ ପଡିବ, ନଚେତ ଏହା ଆଗକୁ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.