Below header

ଭାରତ-ଜାପାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ପୁରୀର କୁନା ଦାଶ,ଜାପାନ ବୈଦେଶିକ ମନ୍ତ୍ରାଳୟ କଲା ପୁରସ୍କୃତ

କେନ୍ୟୁଜ୍(ବ୍ୟୁରୋ):  ଭାରତ-ଜାପାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୀର କୁନା ଦାଶଙ୍କୁ ଜାପାନ ବୈଦେଶିକ ମନ୍ତ୍ରାଳୟ ତରଫରୁ ପୁରସ୍କୃତ କରାଯାଇଛି। ୩୦ ବର୍ଷ ଧରି ଜାପାନରେ ରହିବା ସହ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍‌ ସେଣ୍ଟର ସ୍ଥାପନ କରିଛନ୍ତି କୁନା ଦାଶ । ଓଡ଼ିଶାରୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସେ ହେଉଛନ୍ତି ଏକ ମାତ୍ର ମନୋନିତ ବ୍ୟକ୍ତି, ଯାହାକି ଭାରତ ବିଶେଷକରି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।

ଏହି ଅନୁଷ୍ଠାନ ଜରିଆରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଜାପାନରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ୨୦୦୨ରୁ ଭାରତ ଜାପାନ ଫ୍ରେଣ୍ଡସିପ୍‌ ସେଣ୍ଟର ସେ ସଭାପତି ଅଛନ୍ତି । କୁନା ଦାସଙ୍କ ସଫଳତା ପାଇଁ ତାଙ୍କୁ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଜାପାନ ସହ ଅନ୍ୟ ଦେଶମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସୁସମ୍ପର୍କ ସ୍ଥାପନର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବ୍ୟକ୍ତି ଏବଂ ଗୋଷ୍ଠୀମାନଙ୍କୁ ଜାପାନ ସରକାରଙ୍କ ତରଫରୁ ଏହି ପ୍ରଶଂସା ଓ ପୁରସ୍କାର ପ୍ରଦାନ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.