ଲୋକସଭାରେ ବୟସ୍କଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଶ୍ନ କଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଉତ୍ତର ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଲୋକସଭାରେ ବୟସ୍କଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ଅଣତାରକା ପ୍ରଶ୍ନ ପଚାରିଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। LASI ରିପୋର୍ଟ ଅନୁସାରେ ଭାରତର ବୟୋଜ୍ୟେଷ୍ଠ ଲୋକ ଅବସାଦ ଓ ମାନସିକ ରୋଗରେ ପୀତିିତ ଅଛନ୍ତି। ଏ ନେଇ ସରକାର ଅବଗତ ଅଛନ୍ତି କି। ଯଦି ହଁ ତେବେ ସବିଶେଷ ତଥ୍ୟ କଣ ବୋଲି ପ୍ରଶ୍ନ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଉତ୍ତର ଥିଲା ଲଙ୍ଗିଟେଡେନାଲ୍‌ ଏଜିଙ୍ଗ୍‌ ଷ୍ଟଡି ଇନ୍‌ ଇଣ୍ଡିଆ (LASI) ରିପୋର୍ଟ ଅନୁଯାୟୀ, ବହୁ ସଂଖ୍ୟାରେ ବୟସ୍କ ଅବସାଦଗ୍ରସ୍ତ।

CES-D ସ୍କେଲରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୨୮ ପ୍ରତିଶତ ଓ ୬୦ ବର୍ଷରୁ ଅଧିକ ବୟସ୍କ ମଧ୍ୟରୁ ୩୦ ପ୍ରତିଶତଙ୍କ ପାଖରେ ଅବସାଦର ଲକ୍ଷଣ ରହିଛି। CIDI-SF ସ୍କେଲରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୮ ପ୍ରତିଶତ ଓ ୬୦ ବର୍ଷରୁ ଅଧିକ ବୟସ୍କ ମଧ୍ୟରୁ ୮.୩ ପ୍ରତିଶତଙ୍କ ପାଖରେ ଅବସାଦର ଲକ୍ଷଣ ରହିଛି। ରିପୋର୍ଟ ମୁତାବକ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅବସାଦଗ୍ରସ୍ତ ଅଛନ୍ତି। ….

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.