ଭଦ୍ରକ: ଅସରାଏ ବର୍ଷାରେ ବେହାଲ ପୁରାତନ ବନ୍ଦର ନଗରୀ ସହର ଚାନ୍ଦବାଲି, ପ୍ରଶାସନକୁ ଗୁହାରି କଲେ ମଧ୍ୟ ମିଳୁନାହିଁ ସୁଫଳ

ଚାନ୍ଦବାଲି(କେନ୍ୟୁଜ୍):  ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାର ପୁରାତନ ବନ୍ଦର ନଗରୀ ସହର ଚାନ୍ଦବାଲି ବେହାଲ । ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରିନଥିବାରୁ ବର୍ଷା ପାଣି ନିଷ୍କାସନ ନହୋଇପାରି ଅଧିକାଂଶ ସ୍ଥାନରେ ଜମି ରହିଛି ବର୍ଷା ପାଣି ।

ଏମିତିକି ଲୋକଙ୍କ ଘର ଭିତରେ ବର୍ଷା ପାଣି ଲହଡି ମାରୁଥିବାର ଦେଖିବାକୁ ମିଳିଛି। ବିଶେଷକରି ଚାନ୍ଦବାଲି ଏନ.ଏ.ସିର ବିଭିନ୍ନ ୱାର୍ଡରେ  ଡ୍ରେନେଜ ସବୁ ସଫା ହୋଇନଥିବାରୁ ବର୍ଷା ପାଣି ନିଷ୍କାସନ ନହୋଇପାରି ଡ୍ରେନେଜ ପାଣି ସହ ବର୍ଷା ପାଣି ରାସ୍ତାରେ ଜମିରହିଛି।

 ଏନ .ଏ.ସି ଅନ୍ତର୍ଗତ.କାଳୀନଗର , ସତ୍ୟନାରାୟଣ କଲୋନୀ, ପାର୍କ ଗଳି, ଉର୍ଦ୍ଧୁସ୍କୁଲ ରୋଡ , ବରେହିଁପୁର  ଆଦି ସ୍ଥାନ ମାନଙ୍କରେ ବର୍ଷା ପାଣି ନିଷ୍କାସନ ନହୋଇ ଜମିରହୁଛି ପାଣି । ଏମିତିକି ଅତ୍ୟଧିକ ବର୍ଷା ହେବାରୁ ଲୋକଙ୍କ ଘରେ ବର୍ଷା ପାଣି ପଶି ଲହଡି ମାରୁଥିବାର ଦେଖିବାକୁ ମିଳିଛି। ତେବେ ବର୍ଷା ଦିନ ପୂର୍ବରୁ ଡ୍ରେନସବୁ ସଫା କରିବାକୁ ଅଞ୍ଚଳବାସୀ ଏନ.ଏ.ସି ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଡ୍ରେନ ସଫା ହୋଇନଥିବା ଓ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।  ଫଳରେ ସ୍ବଳ୍ପ ବର୍ଷା ହେଲେ ମଧ୍ୟ ବର୍ଷା ପାଣି ନିଷ୍କାସନ ନହୋଇ  ଘରେ ପଶିଯାଉଛି  ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

ରାସ୍ତାରେ ବର୍ଷା ପାଣି ଜମିରହିଥିବାର ଯା ଆସ କରିବାରେ ଲୋକମାନେ ବହୁ ହଇରାଣହେଉଥିବାର ଦେଖିବାକୁ ମିଳିଛି। ଆଗକୁ ଆହୁରି ବର୍ଷା ହେବର ଅଛି  । ଯଦି ବେଳ ଥାଉ କାମ ନହୁଏ ତେବେ ଅଞ୍ଚଳବାସୀଙ୍କ ପାଇଁ ଏହା ମୁଖ୍ୟ ସମସ୍ୟା ହେବ ବୋଲି କିଛି ଲୋକ କହିଛନ୍ତି। ତେଣୁ  ଡ୍ରେନେଜ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ  ଦାବି କରିଛନ୍ତି।

Leave A Reply

Your email address will not be published.