Below header

ପ୍ରବଳ ବର୍ଷା ଯୋଗୁ ଘର ସହ ଭାସିଗଲେ ୬ଜଣ

ସୋରଡା (କେନ୍ଯୁଜ୍) : ଘର ସହ ଭାସିଗଲେ ଗୋଟିଏ ପରିବାରର ୬ ଜଣ । ଅଘଟଣ ଘଟିଛି ଗଂଜାମ ସୋରଡ଼ା ଅଞ୍ଚଳରେ । ପ୍ରବଳ ବର୍ଷା ଯୋଗୁ ଗାଜଲବାଡ଼ି ପଞ୍ଚାୟତ ଭୂତପଙ୍କାଳ ଗାଁରେ ପାଣି ମାଡି ଆସିବାରୁ ଗୋଟିଏ ପରିବାର ୬ ଜଣ ସଦସ୍ୟ ଘରର ଛାତ ଉପରକୁ ଚଢି ଯାଇଥିଲେ । ଘର ଭୁଶୁଡି ପଡ଼ିବାରୁ ସମସ୍ତ ୬ ଜଣ ଭାସି ଯାଇଥିଲେ । ଗାଁ ନିକଟ ଅଡାଙ୍ଗି ନଦୀରେ ଭାସିଯାଇ ଏମାନେ ନିଖୋଜ ହୋଇ ଯାଇଛନ୍ତି । ଏମାନଙ୍କୁ ଖୋଜାଖୋଜି କରାଯାଉଛି ।

ଅନ୍ୟପଟେ ସୋରଡା ଓ ଧରାକୋଟ ଅଞ୍ଚଳରେ ତିତ୍‌ଲି ପ୍ରଭାବରେ ପବନ ସହିତ ବାଦଲ ଫଟା ବର୍ଷାର ପ୍ରକୋପ ବଢିଚାଲିଛି । ବିଭିନ୍ନ ସ୍ଥାନରେ ଗଛ ସବୁ ଭାଙ୍ଗି ପଡିଛି । ଗତକାଲି ରାତିରୁ ଝିପି ଝିପି ବର୍ଷା ଓ ହାଲୁକା ପବନ ହେଉଥିବାବେଳେ ସକାଳ ୬ଟା ପରେ ଅଧିକ ପବନ ହୋଇଥିଲା । ବର୍ଷା ଯୋଗୁ ଋଷିକୂଲ୍ୟା ନଦୀରେ ପାଣି ବଢିବା ସହ ରାସ୍ତାଘାଟ ଓ ଚାଷ ଜମିରେ ପାଣି ମାଡିଯାଇଛି । ସ୍ଥାନୀୟ କନ୍ଧୁଣୀଦେବୀ ମନ୍ଦିରରେ ଠାକୁରାଣୀ ପାଣିରେ ବୁଡି ଯାଇଛନ୍ତି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି । ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ଅଛନ୍ତି । ସ୍ଥାନୀୟ ଲୋକଙ୍କୁ ସ୍କୁଲ ଓ ଅଙ୍ଗନବାଡି ଗୃହକୁ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.