ଜନ୍ମଦାତା ହେଲେ ମୃତ୍ୟୁ ଦାତା, ନାବାଳିକା ଝିଅର ତଣ୍ଟିରେ ଚଢି ମାରିଦେଲେ ବାପା ଓ ସାବତ ମାଆ

ଚାନ୍ଦବାଲି(କେନ୍ଯୁଜ୍) : ଭଦ୍ରକ ତିହିଡି ଥାନା ବାରସର ପଞ୍ଚାୟତରେ ଅଭାବନୀୟ ଘଟଣା । ନାବାଳିକା ଝିଅର ତଣ୍ଟିରେ ଚଢି ହତ୍ୟା କଲେ ବାପା ଓ ସାବତ ମା’ । ବାରସର ପଞ୍ଚାୟତ ଭଉଁରିଆବାଙ୍କ ଗାଁର ବାବାଜୀ ବରିକଙ୍କ ଝିଅ ପାର୍ବତୀ ବାରିକ । ପାର୍ବତୀକୁ ତାର ବାପା ଓ ସାବତ ମା’ ମିଶି ମାରିଦେଇଥିବା ଅଭିଯୋଗ କରିଛନ୍ତି ପାର୍ବତୀଙ୍କ କକା ।

ଅଭିଯୋଗ ପରେ ତିହିଡି ଥାନା ପୋଲିସ ତଦନ୍ତ କରିବା ସହ ନାବାଳିକାର ବାପା ଓ ସାବତ ମା’କୁ ଗିରଫ କରିଛି । ଗତ ବୁଧବାର ରାତିରେ ବାପା ବାବାଜୀ ବାରିକ ଓ ସାବତ ମା’ ବାସନ୍ତୀ ବାରିକ ଝିଅକୁ ମାଡ ମାରିଥିଲେ । ପରେ ତାକୁ ଭଦ୍ରକ ମେଡିକାଲ ନେଇଥିଲେ । ସେଠାରେ ତାର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.