Below header

ଜଳିଗଲା ଟ୍ରକ୍‌ ଜଳିଗଲେ ଡ୍ରାଇଭର୍‌ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ଅଘଟଣ, ଇଞ୍ଜିନ୍‌ରୁ ଲାଗି ଗଲା ନିଆଁ

ଟାଙ୍ଗୀ: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ମାଲବାହୀ ଟ୍ରକରେ ଅଗ୍ନିକାଣ୍ଡ । ନିଆଁ ଲାଗି ଟ୍ରକ ଡ୍ରାଭରଙ୍କ ମୃତ୍ୟୁ ହୋଇଛି । ସାମ୍ନାରେ ଯାଉଥିବା ଏକ କୋବି ବୋଝେଇ ଟ୍ରକ୍‌କୁ ପିଟି ହୋଇଥିଲା ।

ସାମ୍ନାପଟ ଇଞ୍ଜିନ୍‌ରୁ ନିଆଁ ଲାଗିବାକୁ ଟ୍ରକ୍‌ରେ ଅଗ୍ନିକାଣ୍ଡ ହୋଇଥିଲା । ଗୁରୁତର ଅବସ୍ଥାରେ ହେଲପରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲୁଗାଁ ଏସ୍‌ଡିପିଓ, ବାଲୁଗାଁ ଓ ବାଣପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.