ତଣ୍ଟି କାଟିଲା ଅଣ୍ଟି ଛୁରୀ! ମାଲିକଙ୍କ ମୋବାଇଲରେ ଫୋନ ପେ ଡ଼ାଉନଲୋଡ଼ କରି ୯ଲକ୍ଷରୁ ଅଧିକ ଟଙ୍କା ଲୁଟି ଗିରଫ ହେଲା ଡ୍ରାଇଭର

ଭୁବନେଶ୍ବର(କେନ୍ଯୁଜ୍): ତଣ୍ଟି କାଟିଲା ଅଣ୍ଟି ଛୁରୀ! ମାଲିକକୁ ଲୁଟି ଗିରଫ ହେଲା ଡ୍ରାଇଭର । ମାଲିକଙ୍କ ମୋବାଇଲରେ ଫୋନ ପେ ଡ଼ାଉନଲୋଡ଼ କରି, ଲୁଟି ନେଲା ୯ଲକ୍ଷ ୯୫ ହଜାର ଟଙ୍କା। ବିଭିନ୍ନ ପର୍ଯ୍ୟାୟରେ ନିଜ ମାଆ, ବାପା, ଭଉଣୀ ଓ ନିଜ ଆକାଉଣ୍ଟକୁ ନେଇଛି ଟଙ୍କା। ସାଇବର ଥାନାରେ ଅଭିଯୋଗ ପରେ, ପୋଲିସକୁ ଧରାଛୁଆଁ ଦେଉନଥିଲା ଅଭିଯୁକ୍ତ ଡ୍ରାଇଭର। ତେବେ ବହୁତ ତନାଘନା ପରେ ଅଭିଯୁକ୍ତ ମନୋଜକୁ ଗିରଫ କରିବାରେ ସଫଳ ହୋଇଛି ସାଇବର ଥାନା ପୋଲିସ୍।