ମୃତକକୁ ବାହାରକୁ ଆଣ, ମୁଁ ବଞ୍ଚେଇ ଦେବି: ତାନ୍ତ୍ରିକର ଅଜବ ଯୁକ୍ତି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଦାମୋହର ଜିଲ୍ଲା ଡାକ୍ତରଖାନାରେ ଏକ ତାନ୍ତ୍ରିକର କାରନାମା ଦେଖିବାକୁ ମିଳିଛି । ଏଠାରେ ଜଣେ ତାନ୍ତ୍ରିକ ଶବ ଘର ଆଗରେ ପହଞ୍ଚି ଦାବି କରିଛି ଯେ, “ଶବକୁ ବାହାରକୁ ଆଣ ଓ ତାକୁ ମୁଁ ଜୀବିତ କରିଦେବି” । ଖାଲି ସେତିକି ନୁହେଁ ମୁର୍ଦାଘର ସାମ୍ନାରେ ଅଜବଗଜବ ହରକତ କରିବାକୁ ଲାଗିଥିଲା ଜଣାପଡ଼ିଛି ।

ବାସ୍ତବରେ ଉକ୍ତ ସହରର ପଲିଟେକ୍ନିକ୍ କଲେଜ୍ ରେ ପଢ଼ୁଥିବା ସୋନୁ ଆଦିବାସୀ ନିଜ ଘରେ ଆତ୍ମହତ୍ୟା କରିଦେଇଛନ୍ତି । ଏହାପରେ ତାଙ୍କ ମୃତଦେହକୁ ଜିଲ୍ଲା ହସ୍ପିଟାଲରେ ରଖାଯାଇଥିଲା । ପ୍ରଥମରେ ତ ପରିବାର ଲୋକେ ଶବକୁ ରଖି ସେଠାରୁ ଚାଲି ଯାଇଥିଲେ । ହେଲେ କିଛି ସମୟ ପରେ ଜଣେ ବାବାଙ୍କ ସହ ପୁଣି ଜିଲ୍ଲା ହସ୍ପିଟାଲରେ ଆଗରେ ପହଞ୍ଚିଥିଲେ ପରିବାର ଲୋକେ । ଆଉ ଶବକୁ ବାହାରକୁ ଆଣିବାକୁ ଜିଦ୍ କରିବାକୁ ଲାଗିଲେ ।

ପରିବାର ଲୋକଙ୍କ ସହିତ ଉକ୍ତ ତାନ୍ତ୍ରିକ ବାବା ଥିଲେ, ଯିଏ ନିଜକୁ ଶକ୍ତିଶାଳୀ ବୋଲି ଦାବି କରୁଥିଲେ ଏବଂ ମୃତ ଦେହକୁ ପୁନରୁତ୍ଥାନ କରିବାକୁ ଆଉ କିଛି ମିନିଟ୍ ର ସମୟ ଅଛି ଯଦି ତାକୁ ବାହାର ଅଣାଯାଏ ତାହେଲେ ସେ ତାକୁ ଜୀବିତ କରିଦେବେ ବୋଲି ଦାବି କରିଥିଲେ। ମୃତକଙ୍କ ପରିବାର ସଦସ୍ୟ ସେହି ବାବାଙ୍କ କଥାରେ ଏତେ ବିଶ୍ୱାସ କରୁଥିଲେ ଯେ ସେମାନେ ବି ଶବକୁ ବାହାରକୁ ଆଣିବାକୁ ଡାକ୍ତରଖାନା କର୍ମଚାରୀଙ୍କୁ ଆଗରେ ଜିଦ୍ କରିଥିଲେ । ଯେତେବେଳେ କେହି ତାଙ୍କ କଥା ଶୁଣିଲେ ନାହିଁ, ବାବା କ୍ରୋଧିତ ହୋଇ ଶବ ବ୍ୟବଚ୍ଛେଦ ଦ୍ୱାର ଭାଙ୍ଗିବାକୁ ଚେଷ୍ଟା କଲେ ।

କିଛି ସମୟ ପରେ ପରିବାରର କଥା ଅନୁଯାୟୀ ଶବ ବ୍ୟବଚ୍ଛେଦ ଦ୍ୱାର ଖୋଲା ଯାଇଥିଲା ଯେଉଁଠାରେ ମୃତକଙ୍କ ଭଉଣୀ ନିଜ ଭାଇକୁ ଯାଇ ଦେଖିଥିଲେ ସେ ଚାହୁଁଥିଲେ ଶବକୁ ବାହାରକୁ ଆଣନ୍ତୁ ଯାହା ଦ୍ୱାରା ବାବା ଏହାକୁ ଜୀବନ୍ତ କରି ପାରିବେ। ବାହାରେ ଠିଆ ହୋଇଥିବା ବାବା ଦୀର୍ଘ ସମୟ ଧରି ନାଟକ କରୁଥିଲେ। ଶେଷରେ କିଛି ଘଟିଲା ନାହିଁ ଏବଂ ଏହା ପରେ ପୋଲିସ ଶବକୁ ବନ୍ଦ କରି ପରିବାର ଲୋକଙ୍କୁ ଘରକୁ ପଠାଇ ଦେଇଥିଲା ।

 

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବାହାଦୂରୀ ଦେଖାଇଲା ୧୧ ବର୍ଷର ବାଳକ; ବିନା ଡରରେ କଲା ୧୦୦୦ କିଲୋମିଟର ଯାତ୍ରା!