ଯୁଦ୍ଧରେ ଅଲଗା ହୋଇ ଯାଇଥିଲେ ଦମ୍ପତି, ମିଶୁ ମିଶୁ କରି ନେଲେ ବିବାହ! ବରଯାତ୍ରୀ ସାଜିଲେ ୟୁକ୍ରେନ ସୈନ୍ୟ; ବଜାଇଲେ ବ୍ୟାଣ୍ଡ……ଦେଖନ୍ତୁ ଭିଡିଓ

୨୨ ବର୍ଷ ଧରି ଏକାଠି ରହିଥିବା ୟୁକ୍ରେନର ଜଣେ ଦମ୍ପତି କିଭ୍‌ ସୀମାରେ ବିବାହ କରି ସେମାନଙ୍କ ସମ୍ପର୍କକୁ ଆହୁରି ମଜଭୁତ କରିଛନ୍ତି। ଦମ୍ପତିଙ୍କର ୧୮ ବର୍ଷୀୟା ଏକ ଝିଅ ମଧ୍ୟ ଅଛି। ଗତ ମାସରେ ଯେତେବେଳେ ରୁଷ ସହିତ ୟୁକ୍ରେନର ଯୁଦ୍ଧ ଆରମ୍ଭ ହୋଇଥିଲା, ସେହି ସମୟରେ ଲେସିଆ ଇଭାଶେଙ୍କୋ ନାମ୍ନୀ ମହିଳା ଚାକିରି ଛାଡି ଦେଇଥିଲେ ଏବଂ କିଭ୍‌ରେ ନିଜ ଅଞ୍ଚଳକୁ ରକ୍ଷା କରିବା ପାଇଁ ରିଜିଓନାଲ୍‌ ଡିଫେନ୍ସ ଫୋର୍ସରେ ସାମିଲ ହୋଇଥିଲେ। ରବିବାର ସେ ୟୁକ୍ରେନ ସୈନ୍ୟଙ୍କ ଗହଣରେ ନିଜ ସାଥୀଙ୍କୁ ବିବାହ କରିଛନ୍ତି। କନ୍ୟା ଜଣକ କହିଛନ୍ତି ଯେ ରୁଷର ଆକ୍ରମଣ ପରଠାରୁ ସେ ତାଙ୍କ ସାଥୀ ଭେଲେରୀ ଫିଲିମୋନୋଭଙ୍କୁ ଦେଖି ନ ଥିଲେ। ଯେମିତି ହିଁ ସେମାନେ ଭେଟିଥିଲେ, ତ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ।

ବିବାହ ପରେ ଲେସିଆ ଇଭାଶେଙ୍କୋ କହିଛନ୍ତି, ‘ମୁଁ ବହୁତ ଖୁସି। ସବୁଠାରୁ ଅଧିକ ଖୁସି ଯେ ଆମେ ଜୀବିତ, ମୋ ସ୍ୱାମୀ ଜୀବିତ ଏବଂ ସେ ମୋ ସହିତ ଅଛନ୍ତି। କିଏ ଜାଣିଛି, କାଲି କ’ଣ ହେବ। ପୂରା ଦେଶ ସାମ୍ନାରେ, ଭଗବାନଙ୍କ ସାମ୍ନାରେ ବିବାହ କରିବା ଉଚିତ୍। ଆମର ଜଣେ ଯୁବା ଝିଅ ଅଛି। ମୋତେ ଲାଗୁଛି ସେ ଖୁସି ଅଛି କି, ଆମେ ଶେଷରେ ଏହା କଲୁ’।

ସେ କହିଥିଲେ ଯେ ‘ଏହା ବହୁତ ଦୁଃଖଦାୟକ କି, ଆମ ସହିତ ଏମିତି ହେଲା। ବିବାହ ସମୟରେ ଆମ ପରିବାର ଆମ ସହିତ ନାହାଁନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠୁ ମୁଁ ପ୍ରଥମ ଥର ମୋ ସ୍ୱାମୀଙ୍କୁ ଦେଖିଲି, କିନ୍ତୁ ମୋତେ ଜଣାଅଛି କି, ଆମେ ଜିତିବୁ’। ତେବେ ବିବାହ ସମୟରେ ୟୁକ୍ରେନ ସୈନ୍ୟମାନେ ଉପସ୍ଥିତ ଥିଲେ ଏବଂ ସେମାନେ ତାଙ୍କ ପରିବାରର ଅଂଶ ହୋଇ ସମର୍ଥନ କରିଥିଲେ। ଜଣେ ୟୁକ୍ରେନ ସୈନ୍ୟ ବିବାହ ସମୟରେ ଗୀତ ମଧ୍ୟ ଗାଇଥିଲେ ଏବଂ ବ୍ୟାଣ୍ଡ ବଜାଇଥିଲେ। ଭିଡିଓରେ ଉଭୟ ବର ଓ କନ୍ୟା ନିଜ ସୈନ୍ୟ ବର୍ଦ୍ଦି ପିନ୍ଧିଥିବା ଦେଖିବାକୁ ମିଳିଛି। ଭିଡିଓକୁ ୧.୬ ମିଲିୟନରୁ ଅଧିକ ଭ୍ୟୁ ମିଳି ସାରିଲାଣି।