ବସ୍ତୁବାଦୀ ପରିବର୍ତ୍ତନ ମଣିଷକୁ ସୁଖ ଦିଏ, ଶାନ୍ତି ନୁହେଁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମାନସିକ ଶାନ୍ତି ପାଇଲେ ହିଁ ମଣିଷ ସୁଖୀ ହୋଇପାରିବ। ପରିବର୍ତ୍ତନ ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା ବୋଲି କହିଛନ୍ତି ରାଷ୍ଟ୍ରପତି। ପ୍ରବାହମାନ ଜଳସ୍ରୋତ ପରି ପରିବର୍ତ୍ତନ ହିଁ ସଂସାରର ନିୟମ। ସୂଚନା ଓ ପ୍ରଯୁକ୍ତି ବଳରେ ବିଶ୍ୱ ଏକ ଗାଁରେ ପରିଣତ ହୋଇପାରିଛି।

କେନ୍ୟୁଜ୍(ବ୍ୟୁରୋ): ମାନସିକ ଶାନ୍ତି ହିଁ ମଣିଷକୁ ସୁଖୀ ରଖେ । ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମାକୁମାରୀ ଆଶ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବସ୍ତୁବାଦୀ ପରିବର୍ତ୍ତନ ମଣିଷକୁ ସୁଖ ଦିଏ; ଶାନ୍ତି ନୁହେଁ। ମାନସିକ ଶାନ୍ତି ପାଇଲେ ହିଁ ମଣିଷ ସୁଖୀ ହୋଇପାରିବ। ପରିବର୍ତ୍ତନ ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା ବୋଲି କହିଛନ୍ତି ରାଷ୍ଟ୍ରପତି। ପ୍ରବାହମାନ ଜଳସ୍ରୋତ ପରି ପରିବର୍ତ୍ତନ ହିଁ ସଂସାରର ନିୟମ। ସୂଚନା ଓ ପ୍ରଯୁକ୍ତି ବଳରେ ବିଶ୍ୱ ଏକ ଗାଁରେ ପରିଣତ ହୋଇପାରିଛି।
ମଣିଷ ଭିତରେ ହିଁ ଭଲମନ୍ଦ ବିଚାର କରିବାର ଶକ୍ତି ରହିଛି। ମଣିଷ ଭିତରେ ସ୍ନେହଶ୍ରଦ୍ଧା ଓ ପରୋପକାର ଆଦି ଗୁଣ ରହିଛି। ତୁଳନା କରିବାରେ ବ୍ୟସ୍ତ ରହି ଆତ୍ମଚିନ୍ତନ କରିପାରୁନୁ ବୋଲି ଉଦ୍ବୋଧନ ଦେଇ କହିଛନ୍ତି ମହାମହିମ୍। ଗତକାଲି କଟକରେ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ୍। ଆଜି ଭୁବନେଶ୍ୱରରେ କାର୍ଯ୍ୟକ୍ରମ ସାରି ଆଜି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି।