କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିବ ଦ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା ଆଓ୍ଵାର୍ଡ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିବ ଦ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା ଆଓ୍ଵାର୍ଡ । ୧୧ ଅଗଷ୍ଟରେ ମେଲବର୍ଣ୍ଣରେ ଆୟୋଜିତ ହେବାକୁ ଥିବା ସମାରୋହରେ ସମ୍ମାନିତ ହେବେ କାର୍ତ୍ତିକ ।

ଇଣ୍ଟରନ୍ୟାସନାଲ ଆଓ୍ଵାର୍ଡ ପାଇବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ମେଲବର୍ଣ୍ଣରେ ହେବାକୁ ଥିବା ୧୪ତମ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ‘ଦ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା’ ଆଓ୍ଵାଡ କାର୍ତ୍ତିକଙ୍କୁ ପ୍ରାଦନ କରାଯିବ । ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣର କମିଟି ମେମ୍ବର ଏହା ଘୋଷଣା କରିଛନ୍ତି । ଏହି ପୁରସ୍କାର ୧୧ ଅଗଷ୍ଟକୁ ପ୍ରଦାନ କରାଯିବ ।

ବଲିଉଡରେ ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ କାର୍ତ୍ତିକ କାମ କରିସାରିଲେଣି । ଭାରତୀୟ ସିନେମାକୁ ଗ୍ଲୋବାଲ ସ୍ତରରେ ପହଞ୍ଚାଇବାରେ କାର୍ତ୍ତିକଙ୍କର ମଧ୍ୟ ଅବଦାନ ରହିଛି । ତେବେ ମେଲବର୍ଣ୍ଣରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କାର୍ତ୍ତିକଙ୍କୁ ଭିକ୍ଟୋରିଆ ପ୍ରାନ୍ତର ଗଭର୍ଣ୍ଣରଙ୍କ ଦ୍ୱାରା ପ୍ରଦାନ କରାଯିବ । ଏହି ସମାରୋହରେ କାର୍ତ୍ତିକ ତାଙ୍କ କ୍ୟାରିଅରର ସଫଳତା ବିଷୟରେ ଫ୍ୟାନ୍ସଙ୍କ ସହ ସେୟାର କରିବେ ।

ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣରେ ଏଥର କାର୍ତ୍ତିକ ଆର୍ଯ୍ୟନଙ୍କ ଉପରେ ଖାସ୍‌ ଫୋକସ ରହିଛି । ଏହି ସମାରୋହରେ କାର୍ତ୍ତିକଙ୍କ ନୂଆ ପୁରୁଣା ଫିଲ୍ମ ମଧ୍ୟ ପ୍ରଦର୍ଶନ କରାଯିବ । ‘ସତ୍ୟପ୍ରେମ କି କଥା’, ‘ସୋନୁ କେ ଟିଟୁ କି ସ୍ୱିଟି’, ‘ଲୁକା ଛୁପି’, ‘ପତି ପତ୍ନୀ ଔର ଓ୍ଵ’,‘ଭୁଲ ଭୁଲେୟା ୨’ପରି ଅନେକ ଫିଲ୍ମ ରହିଛି । ଏହି ଫିଲ୍ମ ଫେଷ୍ଟିଭାଲ ୧୧ ଅଗଷ୍ଟରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.