Below header

ମଦ ନିଶାରେ ମାତାଲ ହୋଇ ନାଚିବା ସହ ତଳେ ଶୋଇଲେ ଶିକ୍ଷକ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୂଚିରାମ ମାର୍ଣ୍ଡି ପ୍ରତେକ ଦିନ ମଦପିଇ ବିଦ୍ୟାଳୟକୁ ଆସନ୍ତି । ପିଲାମାନଙ୍କୁ ପାଠ ନପଢ଼ାଇ ଶୋଇବା ସହ ନାଚ ଗୀତ କରିଥାନ୍ତି ।

ଜଳେଶ୍ବର(କେନ୍ୟୁଜ୍): ମଦ ପିଇ ବିଦ୍ୟାଳୟ ପରିସରରେ ହଙ୍ଗାମା କଲେ ପ୍ରଧାନ ଶିକ୍ଷକ । ମଦ ନିଶାରେ ମାତାଲ ହୋଇ ନାଚିବା ସହ ତଳେ ଶୋଇଲେ ଶିକ୍ଷକ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୂଚିରାମ ମାର୍ଣ୍ଡି ପ୍ରତେକ ଦିନ ମଦପିଇ ବିଦ୍ୟାଳୟକୁ ଆସନ୍ତି । ପିଲାମାନଙ୍କୁ ପାଠ ନପଢ଼ାଇ ଶୋଇବା ସହ ନାଚ ଗୀତ କରିଥାନ୍ତି । କେବଳ ସେତିକି ନୁହେଁ ପ୍ରତିବାଦ କଲେ ପିଲାମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରନ୍ତି । ପ୍ରତିଦିନ ଭଳି ପ୍ରଧାନ ଶିକ୍ଷକ ମୂଚିରାମ ମାର୍ଣ୍ଡି ମଦପିଇ ଗୀତ ଗାଇ ନାଚୁଥିଲେ । ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବାରୁ ଉତ୍ତେଜନା ଦେଖା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.