Below header

ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବତୀ, ଚଳନ୍ତା ଟ୍ରେନରେ ଚଢିଲା ବେଳେ ଖସିଗଲା ଗୋଡ

ଲୋକ କଥା ଅଛି, ‘ଯାହାକୁ ରଖିବେ ଅନନ୍ତ, ତାର କି କରିପାରେ ବଳବନ୍ତ’ ଅର୍ଥାତ ଯାହାକୁ ଭଗବାନ ସାହା ହେବେ ତାର କୌଣସି କ୍ଷତି ଘଟିବ ନାହିଁ। କିଛି ଏମିତି ଘଟଣା ଦେଖବାକୁ ମିଳିଛି ବାରିପଦାର ଭଞ୍ଜପୁର ରେଳ ଷ୍ଟେସନରେ। ସୂଚନା ଅନୁଯାୟୀ ବେତନଟୀ ଅଞ୍ଚଳରେ ରହୁଥିବା ଅନୀତା ସାଙ୍ଗମାନଙ୍କ ସହିତ ବାରିପଦା ମେଳା ଦେଖିବା ପାଇଁ ଟ୍ରେନ ଯୋଗେ ବାହାରିଥିଲେ। ବାଙ୍ଗିରିପୋଷି-ବାରିପଦା-ବାଲେଶ୍ୱର ଡିଏମୟୁ ଟ୍ରେନ ବାଙ୍ଗିରିପୋଷିରୁ ଆସି ଭଞ୍ଜପୁର ଷ୍ଟେସନରେ ପହଞ୍ଚି ଥିଲା ।

ଭଞ୍ଜପୁରଠାରୁ ବାଲେଶ୍ୱର ଅଭିମୁଖେ ଟ୍ରେନଟି ଯାତ୍ରା କରିବା ଆରମ୍ଭ କରିଥିଲା। କିନ୍ତୁ ଟ୍ରେନର ବେଗ କମ୍‌ ଥିବାରୁ ଅନୀତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରିଥିଲେ । ହଠାତ୍‌ ତାଙ୍କର ଗୋଡ ଖସିଗଲା ଏବଂ ସେ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଖସିପଡିଲେ। ପ୍ଲାଟଫର୍ମରେ ଥିବା ଲୋକମାନେ ଦୌଡ଼ାଦୌଡ଼ି ହେଲେ । ହୋ ହଲ୍ଲା କଲେ, ହେଲେ ଟ୍ରେନ ଚାଲୁଥିବାରୁ  କେହି ତାଙ୍କୁ ସାହାଯ୍ୟ କରି ପାରିନଥିଲେ। ଟ୍ରେନ୍‌ ଯିବା ପରେ ଅନୀତାଙ୍କୁ ଉଦ୍ଧାର କରାଯାଇଥିଲା। ଅନୀତାଙ୍କର ଗୋଡ ଏବଂ ହାତରେ ଗଭୀର ଆଘାତ ଲାଗି ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଜୀବନ ବଞ୍ଚି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.