‘ମମତା’ ଯୋଜନା ଯୋଗୁଁ ଓଡ଼ିଶା ଆଗରେ, ଗର୍ଭବତୀ ଓ ଶିଶୁଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ନମ୍ବର : ରିପୋର୍ଟ

‘ମମତା’ ଯୋଜନା ଯୋଗୁଁ ଓଡ଼ିଶାରେ ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି । ଗର୍ଭବତୀ ଏବଂ ଜନ୍ମିତ ଶିଶୁଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ଏତେ ଭଲ କାମ କରିଛି ଯେ ଏକ ନିରପେକ୍ଷ ସର୍ଭେରେ ଆମ ରାଜ୍ୟ ଅନ୍ୟମାନଙ୍କୁ ପଛରେ ପକାଇ ଦେଇଛି । ଓଡ଼ିଶାର ୮ ବର୍ଷୀୟ ରାଜ୍ୟ ମାତୃତ୍ବ ଯୋଜନା ଏବଂ ସାମାଜିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରି ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସଂକେତକୁ ଅନ୍ୟ ରାଜ୍ୟ ଠାରୁ ଆଗରେ ରହିଛି। ଏହି ସର୍ବେକ୍ଷଣ ଅର୍ଥନୀତିଜ୍ଞ ଜିନ ଦ୍ରଜ, ରେତିକା ଖେରା ଓ ଅନମୋଲ ସୋମାନିଙ୍କ ନେତୃତ୍ୱରେ ହୋଇଥିଲା।

ଚଳିତ ବର୍ଷ ଜୁନ ମାସରେ ଛାତ୍ର ସ୍ୱୟଂ ସେବକ ଦ୍ୱାରା ସଂଚାଳିତ ‘ଯଚ୍ଚା ବଚ୍ଚା’ ସର୍ଭେ (JABS) ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଓଡ଼ିଶା, ଉତ୍ତର ପ୍ରଦେଶ ଆଦି ୬ଟି ରାଜ୍ୟରେ ଆୟୋଜିତ ହୋଇଥିଲା। ସୋମବାର ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

ପ୍ରତି ରାଜ୍ୟରେ ଏହି ସର୍ଭେ ଟିମ ୧୦-୧୨ଟି ଅଙ୍ଗନବାଡି ଗସ୍ତ କରି ପ୍ରାୟ ୩୪୨ ଜଣ ଗର୍ଭବତୀ ଓ ୩୬୪ ନର୍ସିଂ ମହିଳା ବା ଆଶା ଦିଦିଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରୁ ଜଣାଯାଇଛି ତାମିଲନାଡୁ ଭଳି ଓଡ଼ିଶାରେ ଅନ୍ୟ ରାଜ୍ୟ ଦ୍ୱାରା ସଂଚାଳିତ ମାତୃତ୍ବ ଯୋଜନା ରହିଛି। ଏହି ସଂସ୍ଥା ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଆଶାନୁରୂପକ କାର୍ଯ୍ୟ କରୁଛି। ଏହା କେନ୍ଦ୍ର ସରକାରଙ୍କ ଦ୍ଵାରା ସଂଚାଳିତ ଯୋଜନାଠାରୁ ଭଲ କାମ କରୁଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ବନ୍ଦ ହେବାକୁ ଯାଉଛି ଏହି ବୃହତ ବ୍ୟାଙ୍କ, ତୁରନ୍ତ ନିଜ ଆକାଉଣ୍ଟରୁ କାଢି ନିଅନ୍ତୁ ଜମା ଟଙ୍କା

ଓଡ଼ିଶା ସରକାରଙ୍କ ମମତା ଯୋଜନା ଦୁଇଟି ଶିଶୁଙ୍କ ପାଇଁ ଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY) ମାତ୍ର ଜଣେ ଶିଶୁକୁ ସୁରକ୍ଷା ଯୋଗାଉଛି। କେନ୍ଦ୍ର ଯୋଜନା ତୁଳନାରେ ରାଜ୍ୟ ସରକାରଙ୍କ ଯୋଜନା ଯୋଗୁ ଅଧିକ ଲୋକ ଉପକୃତ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଓଡ଼ିଶାରେ ହିଁ ଗର୍ଭବତୀଙ୍କ ପାଇଁ take-home ration (THR) ଜରିଆରେ ଅଣ୍ଡା ବଣ୍ଟନ କରାଯାଉଛି। ଏହି ଯୋଜନା ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାର ଏକ ଉନ୍ନତ ମାଧ୍ୟମ। ଗର୍ଭବତୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ସହିତ ସେମାନଙ୍କର ଆବଶ୍ୟକ ହେଉଥିବା ପୁଷ୍ଟିକର ଖାଦ୍ୟ ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଏହାକୁ ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ କରିବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି।

ଏହାସହ ପଢ଼ନ୍ତୁ: ରେଳ ବିଭାଗରେ ୧୦ମ ପାସ୍‌ କରିଥିବା ପିଲାଙ୍କ ପାଇଁ ବାହାରିଲା ୪ ହଜାର ପଦବୀ, ଦେବାକୁ ପଡ଼ିବନି କୌଣସି ପରୀକ୍ଷା

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସମନ୍ବିତ ଶିଶୁ ବିକାଶ ଯୋଜନା (ICDS) ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି। ଏହି ଯୋଜନାରେ ଉଭୟ ମା ଓ ପିଲାଙ୍କୁ ମାଗଣା ଚେକଅପ, ଟିଟାନସ ଇଂଜେକସନ, ଲୌହ, ଫୋଲିକ ଏସିଡ ଟାବଲେଟ, ଖାଦ୍ୟ ଆଦି ଅଙ୍ଗନବାଡି ଜରିଆରେ ମାଗଣାରେ ଯୋଗାଇ ଦିଆଯାଉଛି।

ଗୁଜରାଟରେ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ ଯୋଗାଇ ଦିଆଯାଉଥିଲେ ମଧ୍ୟ ସେଠାରେ ଲୋକଙ୍କୁ ସେତିକି ସୁବିଧା ମିଳି ପାରି ନାହିଁ । ଏଣୁ ଅନ୍ୟ ସବୁ ରାଜ୍ୟ ତୁଳନାରେ ଓଡ଼ିଶା ହିଁ ଏକ ଏମିତି ରାଜ୍ୟ ଯେଉଁଠାରେ ମହିଳା ଓ ଶିଶୁଙ୍କୁ ଉନ୍ନତମାନର ସୁବିଧା ସୁଯୋଗ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.