ରାଜ୍ୟର ୧୯ଟି ନଦୀ ଜଳ ପ୍ରଦୂଷିତ, ବିଧାନସଭାରେ ଉଠିଲା ପ୍ରସଙ୍ଗ

ଭୁବନେଶ୍ବର(କେନ୍ୟୁଜ୍):   ରାଜ୍ୟର ୧୯ଟି ନଦୀ ଜଳ ପ୍ରଦୂଷିତ । ମୁଖ୍ୟତଃ ତଟବର୍ତ୍ତୀ ସହରାଞ୍ଚଳ ନର୍ଦ୍ଦମାଜଳ ମିଶୁଥିବାରୁ ଏହା ପ୍ରଦୂଷିତ ହୋଇପଡ଼ିଛି । ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି । ନଦୀ ତଟବର୍ତ୍ତୀ ସବୁ ସହରାଞ୍ଚଳରେ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ବାଧ୍ୟତାମୂଳକ ନୁହେଁ । କିନ୍ତୁ ନଦୀ ନିକଟବତ୍ତୀ ସହରାଞ୍ଚଳ ଭୁବନେଶ୍ୱର, କଟକ, ତାଳଚେର ଏବଂ ରାଉରକେଲା ସହରରେ ସ୍ୱେୱେଜ ଟ୍ରିଟମେଣ୍ଟେ ପ୍ଲାଣ୍ଟ କାର୍ଯ୍ୟକାରୀ କରାଯାଉଛି । ଭୁବନେଶ୍ୱରର ଗଙ୍ଗୁଆ, ଦୟା, କୁଆଖାଇ, ପୁରୀର ମଙ୍ଗଳା, ରାଉରକେଲାରେ ବ୍ରାହ୍ମଣୀ, ଗୁରଡିହା ନାଳ, ତାଳଚେର ନନ୍ଦିରା ଆଦି ନଦୀ ଜଳ ପ୍ରଦୂଷିତ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.