ଲୋଗୋ ଅସଲି, ଜିନିଷ ନକଲି: କଟକ ପୀରବଜାର ଅଞ୍ଚଳରୁ ଡୁପ୍ଲିକେଟ୍ ସିମେଣ୍ଟ ତିଆରି କାରଖାନା ଠାବ

କଟକ(କେନ୍ଯୁଜ୍): ଲୋଗୋ ଅସଲି, ଜିନିଷ ନକଲି। କଟକରେ ପୁଣି ନକଲି ସାମଗ୍ରୀ ଜବତ। ପୀରବଜାର ଅଞ୍ଚଳରୁ ଡୁପ୍ଲିକେଟ୍ ସିମେଣ୍ଟ ତିଆରି କାରଖାନା ଠାବ କରିଛି ପୋଲିସ। ଜବତ ହୋିଛି ବସ୍ତା ବସ୍ତା ସିମେଣ୍ଟ। ବିଭିନ୍ନ କମ୍ପାନୀ ନାଁରେ ଅପମିଶ୍ରଣ କରାଯାଇ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।
ଘଟଣାରେ ଜଗତପୁର ଥାନାରେ ୨ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲୁଛି।