ଚମତ୍କାରୀ ହନୁମାନ ମନ୍ଦିର: ଏଠାରେ ପାଦ ରଖିବା ମାତ୍ରେ ଭକ୍ତଙ୍କର ସବୁ ମନସ୍କାମନା ହୋଇଥାଏ ପୂର୍ଣ୍ଣ

ବିଶ୍ୱାସ କରାଯାଏ ଯେ ଭଗବାନ ରାମଚନ୍ଦ୍ର ପୃଥିବୀ ପୃଷ୍ଠରେ ନିଜର ଉଦ୍ଦେଶ୍ୟ ପୂରଣ କରିବା ପରେ ବୈକୁଣ୍ଠ ଧାମକୁ ଚାଲି ଯାଇଥିଲେ। କିନ୍ତୁ ଭକ୍ତଙ୍କ ଇଚ୍ଛା ପୂରଣ କରିବା ଏବଂ ଧର୍ମର ସୁରକ୍ଷା ପାଇଁ ପ୍ରଭୁ ରାମଚନ୍ଦ୍ର ହନୁମାନଙ୍କୁ ଅମର ବର ଦେଇ ପୃଥିବୀରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ହନୁମାନ କଳି ଯୁଗରେ ସବୁଠାରୁ ପ୍ରମୁଖ ଦେବତା ଭାବରେ ପରିଗଣିତ ହୁଅନ୍ତି। ଯେଉଁ ବ୍ୟକ୍ତି ହନୁମାନଙ୍କୁ ପୂଜା କରନ୍ତି, ପ୍ରଭୁ ବଜରଙ୍ଗବାଲି ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସୁରକ୍ଷା ଦିଅନ୍ତି ବୋଲି ବିଶ୍ୱାସ ରହିଛି ।

ହନୁମାନଙ୍କ ଉପରେ ଏପରି ବିଶ୍ୱାସ ହେତୁ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କର ଦର୍ଶନ ପାଇଁ ମନ୍ଦିର ବାହାରେ ଏକ ଲମ୍ବା ଧାଡି ଲାଗିରହିଥାଏ । ସେହିପରି ଦେଶରେ ଅଗ୍ରିଣୀ ହନୁମାନ ମନ୍ଦିରଙ୍କ ଭିତରୁ ବିହାରର ଦରଭଙ୍ଗାରେ ଥିବା ହନୁମାନ ମନ୍ଦିରକୁ ମନକାମନା ମନ୍ଦିର ବୋଲି କୁହାଯାଏ, ଯେଉଁଠି ହନୁମାନଙ୍କ ଯୁଗ୍ମ ପ୍ରତିମା ଅଛି, ପାଟନା ରେଲୱେ ଷ୍ଟେସନର ନିକଟ ସ୍ଥିତ ମହାବୀରଙ୍କ ମନ୍ଦିର ଦେଶରେ ଅଗ୍ରଣୀ ହନୁମାନ ମନ୍ଦିରଙ୍କ ଭିତରୁ ଗୋଟେ । ଏହି ମନ୍ଦିରର ଖ୍ୟାତି ଦେଶ ବିଦେଶରେ ଖୁବ ପ୍ରସିଦ୍ଧ । ଯେଉଁଠି ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ । ଏହି ମନ୍ଦିରରେ ରାମଭକ୍ତ ହନୁମାନଙ୍କ ଯୁଗ୍ମ ପ୍ରତିମା ଗୋଟେ ସାଥିରେ ରହିଥାନ୍ତି।

Bihar

କେତେକ ମନ୍ଦିରରେ, ଭକ୍ତମାନେ ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରସାଦ ପ୍ରଦାନ କରୁଥିବା ବେଳେ ଆଉ କେତେକ ସ୍ଥାନରେ ସିନ୍ଦୁର ପ୍ରଦାନ କରନ୍ତି। କିନ୍ତୁ ମନକାମନା ମନ୍ଦିରରେ ଲୋକମାନେ ନିଜ ଇଚ୍ଛା ପୂରଣ କରିବା ପାଇଁ ଘରୁ କଲମ କିମ୍ବା ପେନ୍ସିଲ ଆଣିଥାନ୍ତି । ଭକ୍ତ ମାନେ ହନୁମାନଙ୍କୁ ପୂଜା କରିବା ପରେ ମନ୍ଦିରର କାନ୍ଥରେ କଲମ କିମ୍ବା ପେନ୍ସିଲ ନିଜ ମନର ଇଛାକୁ ଲେଖିଦେଇ ଯାଇଥାନ୍ତି । ଭକ୍ତ ମାନଙ୍କର ବିଶ୍ୱାସ ରହିଥାଏ କି ସେମାନଙ୍କର ଇଛା ନିଶ୍ଚିତ ରୂପେ ପୂର୍ଣ୍ଣ ହେବ । ସେଥିପାଇଁ ମନ୍ଦିରର ସମ୍ପୂର୍ଣ୍ଣ କାନ୍ଥରେ କିଛି ଲେଖା ହୋଇଥିବାର ଦେଖାଯାଇଥାଏ ।

କେବଳ ସେତିକି ନୁହେଁ ଏଠାରେ ଥିବା ରାମ ମନ୍ଦିର ପାଖରେ ଭଗବାନ କୃଷ୍ଣଙ୍କ ଚିତ୍ର ଅଙ୍କା ଯାଇଛି ,ଯେଉଁଥିରେ ଅର୍ଜୁନଙ୍କୁ ଧର୍ମ ଉପଦେଶ ଦେଉଥିବାର ଦେଖାଯାଏ । ଏହାପରେ ଦେବୀ ଦୁର୍ଗାଙ୍କ ମନ୍ଦିର ଅଛି ଏବଂ ଭଗବାନ ଶିବ ,ମା ପାର୍ବତୀ ଓ ନନ୍ଦୀଙ୍କ ପବିତ୍ର ମୂର୍ତ୍ତିସବୁ ରହିଛି । ଏଠାରେ କାଠର ଘେରରେ ଶିବଙ୍କ ଜ୍ୟୋତିର୍ଲିଙ୍ଗଙ୍କୁ ସ୍ଥାପିତ କରା ଯାଇଛି । ଏହି ମନ୍ଦିର ପରିସରରେ ଥିବା ଜଳାଶୟରେ ଅସ୍ଥାୟୀ ରାମ ସେତୁ ମଧ୍ୟ ରହିଛି । ଏହି ସେତୁକୁ କାଚର ଏକ ପାତ୍ରରେ ରକ୍ଷା ଯାଇଛି, ଯାହାର ଓଜନ ପାଖାପାଖି ୧୫ କିଲୋ ହେବ । ଯେଉଁଭଳି ରାମ ସେତୁର ପଥର ସମୁଦ୍ରରେ ପହଁରୁ ଥିଲେ ଠିକ ସେହିଭଳି ରାମସେତୁର ଖଣ୍ଡ ମଧ୍ୟ ଏଠି ପାଣିରେ ଭାସୁଛି ।

ସମତଳ ଭୂମିଠାରୁ ପ୍ରାୟ ସାତ ଫୁଟ ଉଚ୍ଚରେ ଏକ ବଡ଼ ଚଉତରାରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିର ଧଳା ମାର୍ବଲ ପଥରରେ ନିର୍ମିତ। ଏହି ମନ୍ଦିରରେ ହନୁମାନଙ୍କର ଏକ ଛୋଟ ପ୍ରତିମା ଅଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ମନ୍ଦିରଟି ମହାରାଜା ରମେଶ୍ୱର ସିଂଙ୍କ ଦ୍ୱାରା ତାଙ୍କ ସମ୍ପର୍କୀୟଙ୍କ ପାଇଁ ନିର୍ମିତ ହୋଇଥିଲା ଯାହାର ଉଚ୍ଚତା ବହୁତ ଛୋଟ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.