ଭୋକିଲା ମହାବଳ ବାଘ ଚତୁରତାର ସହିତ ଭାଲୁକୁ କଲା ଆକ୍ରମଣ, କିନ୍ତୁ ଶେଷରେ ହାରିମାନିଗଲା

ଜଙ୍ଗଲରେ ବାଘ ଭାଲୁ ଆକ୍ରମଣ କରୁଥିବା ଖବର ଆପଣ ନିଶ୍ଚିତ ଜାଣିଥିବେ। ଏମାନଙ୍କ ମଧ୍ୟରୁ କିଏ ସାହାସୀ ଆଉ କିଏ ବଳବାନ ଆପଣ ହୁଏତ କୌଣସି ନା କୌଣସି କାହାଣୀରୁ ନିଶ୍ଚିତ ଶୁଣିଥିବେ। ଆପଣ କେତେ ବି ବଳବାନ ହୁଅନ୍ତୁ ନା କାହିଁକି ଆପଣଙ୍କୁ କେବେ ନା କେବେ ପରାଜୟର ସାମ୍ନା କରିବାକୁ ପଡିଥାଏ। ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଆପଣ ଦେଖି ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ଆଉ ଏହି ଭିଡିଓ ଦେଖି ଜମା ବି କହିପାରିବେନି କିଏ ଜିତିବ ଆଉ କିଏ ହାରିବ ?

ଏହି ଭିଡିଓରେ ମହାବଳ ବାଘ ଓ ଭାଲୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଜଙ୍ଗଲରେ ଯାଉଥିବା ଭାଲୁକୁ ଭୋକିଲା ବାଘ ଦେଖିଥିଲା। ଆଉ ଭାଲୁକୁ ଦେଖିବା ପରେ ବାଘ ନିଜ ଭୋକକୁ ନିୟନ୍ତ୍ରଣ ନ କରିପାରି ଭାଲୁ ଉପରେ ଆକ୍ରମଣ କରିଦେଇଥିଲା। ଭାଲୁକୁ ଆକ୍ରମଣ କରି କାମୁଡି ଧରିବା ବେଳେ ଭାଲୁ ମଧ୍ୟ ଛାଡିନଥିଲା। ଧାରୁଆ ଓ ମୁନିଆ ନଖରେ ଭାଲୁ ଓଲଟା ଆକ୍ରମଣ କରିଥିଲା। ଭାଲୁ ଅଧିକରୁ ସାହସ ଜୁଟାଇ ବାଘକୁ ହରାଇବା ପାଇଁ ଆକ୍ରମଣ ଜାରି ରଖିଥିଲା। ବାଘ ଭାଲୁ ଉପରେ ଆକ୍ରମଣ କରିବା ପାଇଁ ଆଉ କୌଣସି ସୁଯୋଗ ଦେଲାନାହିଁ। ଶେଷରେ ବାଘ ହାର ମାନି ପୋଖରୀ କୂଳକୁ ଚାଲିଗଲା।


ଏହି ଭିଡିଓ ଦେଖି ଆପଣ ନିଶ୍ଚିତ ଅନୁମାନ କରିପାରୁଥିବେ କିଏ, କେତେ ବି ଶକ୍ତିଶାଳୀ ହେଉଥାଉ ନା କାହିଁକି କିନ୍ତୁ ଯାହାର ସାହାସ ଅଛି ସେ ହିଁ ଜିତିଥାଏ। ଏହି ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରଲ ହେଉଛି। ଭିଡିଓକୁ ଟ୍ଵିଟରରେ@boskyKhannaନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଆଉ କ୍ୟାପସନ ଦିଆଯାଇଛି, ‘ଅନୁମାନ ଲଗାନ୍ତୁ କିଏ ଜିତିବ’।