Below header

ଅଦ୍ଭୁତ ସଂଯୋଗ : ବୁଦ୍ଧି ଓ ବ୍ୟବସାୟର ସ୍ୱାମୀ ବୁଧ ଗ୍ରହ ୬୮ ଦିନ ରହିବେ ମକର ରାଶିରେ, ଏହି ୫ ରାଶି ହେବେ ମାଲାମାଲ୍‌

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ଫଳ ରହିଛି । ଗ୍ରହର ସ୍ଥିତି ଓ ଚଳନ ଅନୁସାରେ ଗ୍ରହ ବ୍ୟକ୍ତିକୁ ଫଳ ଦେଇଥାନ୍ତି । ବୁଧ ଗ୍ରହ ବିଦ୍ୟା ଓ ବ୍ୟବସାୟର ମାଲିକ । ବୁଧ ଗ୍ରହ ୨୯ ଡିସେମ୍ବର ୨୦୨୧ ରୁ ରାଶି ପରିବର୍ତ୍ତନ କରିସାରିଛନ୍ତି । ଏବେ ବୁଧ କର୍ମ ଫଳ ଦାତା ଶନିଙ୍କ ସହିତ ମକର ରାଶିରେ ଗୋଚର କରିଛନ୍ତି । ଏଠାରେ ବୁଧ ୬୮ ଦିନ ଯାଏ ରହିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଏକ ଅଦ୍ଭୁତ ସଂଯୋଗ ମନାଯାଏ । ଏଠାରେ ୫ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବିରାଜମାନ କରୁଥିବାରୁ ଏହି ୫ ରାଶି ବାଲାଙ୍କ ପାଇଁ ବହୁତ ଶୁଭକାରକ ହେବେ । ଫଳରେ ଏମାନଙ୍କୁ ବ୍ୟବସାୟରେ ଅଧିକ ଲାଭ ମିଳିବ । ଆସନ୍ତୁ ଜାଣିବା କେଉଁମାନେ ଏହି ରାଶିର ବ୍ୟକ୍ତି ।

ମେଷ ରାଶି : ଏହି ସମୟରେ ବୁଧ ଗ୍ରହ ଆପଣଙ୍କ ୩ୟ ଓ ୬ଷ୍ଠ ଭାବର ସ୍ୱାମୀ ହୋଇ ୧୦ମ ଭାବରେ ଗୋଚର କରୁଛନ୍ତି । ତେଣୁ ଏ ସମୟରେ ଆପଣଙ୍କୁ ଆପଣଙ୍କ ପରିଶ୍ରମର ପୂର୍ଣ୍ଣ ଫଳ ମିଳିବ । କର୍ମଚାରୀଙ୍କ ପ୍ରମୋଶନ ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । ଯଦି ଆପଣ ବେପାର ରେ ବିନିଯୋଗ କରୁଛନ୍ତି ତ ଅନୂକୁଳ ହେବ ।

ମିଥୁନ ରାଶି : ଆପଣଙ୍କ ପାଇଁ ବୁଧଙ୍କ ଗୋଚର ଫଳ ଲାଭ ଦେବ । ଆର୍ଥିକ ସ୍ଥିତି ଜବରଦସ୍ତ ରହିବ । କାର୍ଯ୍ୟସ୍ଥଳରେ ପ୍ରଶଂସା ମିଳିବ । ମିଥୁନ ରାଶିର ସ୍ୱାମୀ ବୁଧ ହୋଇଥିବାରୁ ବିଶେଷ ଲାଭ ମିଳିବ ।

rashi

ସିଂହ ରାଶି : ଆପଣଙ୍କ ପାଇଁ ବୁଧଙ୍କ ଗୋଚର ଫଳ ସକରାତ୍ମକ ହେବ । ଆପଣଙ୍କୁ ଅଚାନକ ଧନ ମିଳିବ । ଏହି ସମୟ ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଶୁଭ ସମୟ । କ୍ୟାରିଅରରେ ଲାଭ ମିଳିବ । ବୁଧ ସିଂହ ରାଶିର ସ୍ୱାମୀ ସୂର୍ଯ୍ୟଙ୍କ ମିତ୍ର ହେତୁ ବିଶେଷ ଲାଭ ମିଳିବ ।

ଧନୁ ରାଶି : ବୁଧଙ୍କ ଗୋଚର ଫଳ ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ । ଏହି ସମୟରେ କିଛି ନୂଆ ସମ୍ପର୍କ ବଢ଼ିବ । ବ୍ୟବସାୟ ଓ ଚାକିରିଆଙ୍କ ପାଇଁ ସମୟ ବହୁତ ଭଲ ରହିବ । ଆକାଉଣ୍ଟାନ୍ସି, ବ୍ୟାଙ୍କ ଓ ନିବେଶ କ୍ଷେତ୍ରରୁ ଅଧିକ ଲାଭ ମିଳିବ । ସେୟାର ବଜାର ଓ ଲଟେରୀରୁ ମଧ୍ୟ ଲାଭ ମିଳିବ ।

ମୀନ ରାଶି : ବୁଧଙ୍କ ଏହି ଗୋଚର ଯୋଗୁ କ୍ୟାରିଅର ମଜବୁତ ହେବ । ଭଲ ଟଙ୍କା ଜମା କରିବାରେ ସଫଳ ହେବେ । ଚାକିରିରେ ପ୍ରମୋଶନ ଯୋଗ ରହିଛି । ସମ୍ପତ୍ତିରେ ବିନିଯୋଗ କଲେ ଲାଭ ମିଳିବ । ସେୟାର ବଜାର ଓ ସଟ୍ଟା ବଜାରରୁ ମଧ୍ୟ ଲାଭ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.