କେଉଁଟା ଅସଲି କେଉଁଟା ନକଲି ଚାର୍ଜର କେମିତି ଚିହ୍ନିବେ ଜାଣନ୍ତୁ ଏଠାରେ

ଆଜିର ସମୟରେ ଅଧିକାଂଶ ଲୋକ ପ୍ରାୟ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କିପେଡ୍‌ ବାଲା ଫୋନ୍‌ ବ୍ୟବହାର କରୁଛନ୍ତି। କିନ୍ତୁ ବିନା ଚାର୍ଜରରେ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଅସମ୍ଭବ ହୋଇଯାଏ। କାହିଁକିନା ଚାର୍ଜର ହେଉଛି ସ୍ମାର୍ଟଫୋନର ଜୀବନ। କିନ୍ତୁ ଯଦି ଆପଣଙ୍କର ଫୋନ୍‌ ଖରାପ ହୋଇଯାଏ ତାହେଲେ ଆଉଗୋଟେ ଚାର୍ଜର ତୁରନ୍ତ କିଣିଆଣନ୍ତି। କିନ୍ତୁ କେବେ ଭାବିଛନ୍ତି କି ଏହି ଚାର୍ଜର ଆପଣଙ୍କ ଫୋନ୍‌ ପାଇଁ କେତେ ନିରାପନ ଆଉ ସୁରକ୍ଷିତ। ଏହାବ୍ୟତୀତ ଯେଉଁ ଚାର୍ଜର ଆପଣ କିଣିଛନ୍ତି ସେଇଟା ଅସଲି ନା ନକଲି କେମିତି ଜାଣିବେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଟ୍ରିକ୍ସ ଜଣାଇବୁ। ଯାହାକୁ ଆପଣ ଚାର୍ଜର କିଣିବା ସମୟରେ ଧ୍ୟାନରେ ରଖିବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଭିଡିଓକୁ ଶେଷ ଯାଏଁ ଦେଖି ଏହି ଟ୍ରିକ୍ସ ବିଷୟରେ ଜାଣିବା।

ଏମିତି ଅନେକ ଥର ଏମିତି ହୋଇଥାଏ ଯେ ଦୋକାନୀ ଆପଣଙ୍କୁ ଅସଲି ଚାର୍ଜର କହି ଡୁପ୍ଲିକେଟ ଚାର୍ଜର ଦେଇଦେଇଥାଏ। କିନ୍ତୁ ଏହା ଉପରେ ଧ୍ୟାନ ରଖିବା ଉଚିତ ଯେ ଅସଲି ଏବଂ ନକଲି ଚାର୍ଜରେ ମଧ୍ୟରେ ଫରକ। ଯଦି ଆପଣ ନିଜ ସ୍ମାର୍ଟଫୋନ ପାଇଁ ଏକ ବ୍ରାଣ୍ଡେଡ ଚାର୍ଜର କିଣିବାକୁ ଚାହୁଁଛନ୍ତି ତାହେଲେ ଚାର୍ଜରକୁ ପ୍ରଥମେ ଭଲଭାବେ ଦେଖିନିଅନ୍ତୁ। ଚାର୍ଜର ଉପରେ ବ୍ରାଣ୍ଡର ନାମ ଅଛି କି ନାହିଁ ଦେଖନ୍ତୁ। ବ୍ରାଣ୍ଡର ନାମ ବିଲକୁଲ ସେମିତି ଲେଖା ହୋଇଥିବା ଜରୁରୀ ଯେମିତି ସାଧାରଣତଃ ଫୋନର ବଡିରେ ଲେଖା ହୋଇଥାଏ। ଯଦି ବ୍ରାଣ୍ଡେଡ ଚାର୍ଜର ନକଲି ହୋଇଥିବ ତାହେଲେ ବ୍ରାଣ୍ଡର ନାମ ଫଣ୍ଟ ସାଇଜ, ଏବଂ ଫଣ୍ଟ ସାଇଜରେ କିଛି ଏପଟସେପଟ ଥିବ। ଏପରି ଥିଲେ ଆପଣ ଆରାମସେ ଅସଲି ନକଲି ଭିତରେ ଫରକ ଜାଣିପାରିବେ।

chargerଚାର୍ଜର କିଣିବା ସମୟରେ ବ୍ରାଣ୍ଡର ନାମ ସହିତ ଚାର୍ଜରର କ୍ୱାଲିଟୀ ଉପରେ ବି ଧ୍ୟାନ ଦିଅନ୍ତୁ। ଆପଣ ଯେଉଁ ଚାର୍ଜର କିଣିବାକୁ ଯାଉଛନ୍ତି ଯଦି ତାହାର ପ୍ଲାଷ୍ଟିକ କ୍ୱାଲିଟୀର ଥାଏ କିମ୍ବା ତାର ଦେଖାଯାଉଥିବ, ତାହେଲେ ଏମିତି ଚାର୍ଜର କିଣିବା ଠାରୁ ଦୂରେଇ ରୁହନ୍ତୁ। ଆପଣ ଚାର୍ଜରର ଅବସ୍ଥା ଦେଖି ଜାଣିନେବା ଉଚିତ ଯେ ଏହା ଡୁପ୍ଲିକେଟ ଅଟେ।

ଆଉ ଗୋଟେ କଥା ଯାହା ଉପରେ ଆପଣଙ୍କୁ ନିଶ୍ଚୟ ଧ୍ୟାନ ରଖିବା ଉଚିତ, ତାହା ହେଉଛି ନୂଆ ଚାର୍ଜର କିଣିବା ସମୟରେ ପୁରୁଣା ଚାର୍ଜରକୁ ସାଙ୍ଗରେ ନେବା ଉଚିତ। ଏହା ବହୁତ ଜରୁରୀ ଯେ ଆପଣ ଚାର୍ଜର କିଣିବା ସମୟରେ ନିଜର ପୁରୁଣା ଚାର୍ଜରକୁ ନିଜ ସାଥିରେ ନେଇ ଯାଆନ୍ତୁ। ଏହିପରି ଭାବେ ଆପଣ ନୂଆ ଚାର୍ଜର ସହିତ ପୁରୁଣା ଚାର୍ଜରକୁ ମିଶାଇ ଜାଣିପାରିବେ ଯେ ଆପଣ କିଣୁଥିବା ଚାର୍ଜର ଅସଲି ନା ନକଲି। ଯେତେବେଳେ ଆପଣ ନୂଆ ଗାଡି କିଣୁଛନ୍ତି ସେତେବେଳେ ଗାଡି କିଣିବା ପୂର୍ବରୁ ଟେଷ୍ଟ ଡ୍ରାଇଭ୍‌ କରୁଛନ୍ତି। ତାହେଳେ ଚାର୍ଜର ସହିତ କାହିଁକି ଆପଣ ଏପରି କରିପାରିବେନାହିଁ। ଏହା ବହୁତ ଜରୁରୀ ଯେ ଆପଣ ଚାର୍ଜର କିଣିବା ପୂର୍ବରୁ ଦୋକାନରେ ହିଁ ନୂଆ ଚାର୍ଜରରେ ଫୋନ ଚାର୍ଜ ବସାଇ ଦେଖନ୍ତୁ। ଆଉ କିଛି ସମୟ ଚାର୍ଜ ବସାଇ ରଖନ୍ତୁ। ଯଦି ଆପଣଙ୍କୁ ଲାଗୁଛି ପୁରୁଣା ଚାର୍ଜର ଭଳି ଠିକଠାକ୍‌ ଚାର୍ଜ ହେଉଛି ତାହେଲେ ଯାଇ କିଣି ଆଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.