Below header

ଆସୁଛନ୍ତି ମାଆ: କମିଶନରେଟ୍‌ ପୋଲିସର ନିଷ୍ପତ୍ତି, ପୂଜାରେ ବାଜିବ ନାହିଁ ଡିଜେ

ଭୁବନେଶ୍ବର(କେନ୍ୟୁଜ୍): ଆଗକୁ ଆସୁଛି ଦୂର୍ଗା ପୂଜା। ଏଥିପାଇଁ ବିଭିନ୍ନ ମଣ୍ଡପରେ ଆରମ୍ଭ ହେଲାଣି ପ୍ରସ୍ତୁତି । ଶାନ୍ତିଶୃଙ୍ଖଳାରେ ପୂଜା କରିବା ପାଇଁ କମିଶନରେଟ ପୋଲିସ ଓ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ହୋଇଛି ଆଲୋଚନା। କମିଶନରେଟ୍‌ ପୋଲିସ୍‌ ଭବନରେ ହୋଇଥିବା ଆଲୋଚନାରେ ଭୁବନେଶ୍ୱର ପୋଲିସ କମିସନରେଟ ଅଧୀନରେ ଥିବା ୧୭୨ଟି ପୂଜା ମଣ୍ଡପର ପ୍ରତିନିଧିମାନେ ଯୋଗଦେଇଥିଲେ । ଆଲୋଚନାରେ ଶବ୍ଦ ପ୍ରଦୂଷଣ ବନ୍ଦ କରିବା, ଡିଜେ ବନ୍ଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ପାରମ୍ପରିକ ବାଜା ବାଜିବ ପୂଜାରେ । ସେହିପରି ପ୍ଲାଷ୍ଟିକ ବସ୍ତୁ ବର୍ଜନ ଉପରେ ନଜର ଦିଆଯିବ । ମଦ ଉପରେ କଟକଣା କରାଯିବ । ଶାନ୍ତି ଶୃଙ୍ଖଳା ବଜାୟ ଉପରେ ନଜର ଦିଆଯିବ । ଶୃଙ୍ଖଳା ରକ୍ଷା ପାଇଁ ଅଧିକ ସଂଖ୍ୟାରେ ପୋଲିସ କର୍ମଚାରୀ ନିୟୋଜିତ ହେବେ । ଚଳିତ ଥର ପାଞ୍ଚଟି ଜାଗାରେ ରାବଣ ପୋଡ଼ି ହେବ । ଭସାଣ ବେଳେ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ । ସିସିଟିଭିକୁ ଅଧିକ ଗୁରୁତ୍ୱ ଦିଆଯିବ । ଲୋକମାନେ କିପରି ସୁରକ୍ଷିତ ଭାବେ ବୁଲି ପୂଜା ଦେଖିପାରିବେ ସେ ନେଇ ଆଲୋଚନା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.