ଖାସ ଉଦ୍ଦେଶ୍ୟ ନେଇ ଗୋଲାପୀ ଶାଢ଼ୀ ପିନ୍ଧି KBCରେ ଯୋଗ ଦେଲେ ଦୀପା

ବିଗ ବି ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ ‘କୌନ ବନେଗାଁ କରୋଡ ପତି’ ତାର ଏକାଦଶ ସଂସ୍କରଣରେ ପହଂଚିଲାଣି। ଏଥିରେ ଭାଗ ନେବା, ସୁପର ଷ୍ଟାର ଅମିତାଭ ବଚନଙ୍କ ସାମ୍ନାରେ ବସି ସବୁ ପ୍ରଶ୍ନର ଠିକ ଠିକ ଉତ୍ତର ଦେବା ପ୍ରତିଟି ଭାରତୀୟଙ୍କ ସ୍ବପ୍ନ ।  ହୁଏତ କେହି ବି ଭାରତୀୟ ନଥିବେ ଯିଏ କି ଏହି ଭଳି ଏକ ସ୍ବପ୍ନ କେବେ ବି ଦେଖି ନଥିବେ । ସେଥିରେ ପୁଣି ଯଦି କୌଣସି ମହିଳାଙ୍କ କେବିଶିରେ ଭାଗ ନେବା କଥା ଉଠେ ତେବେ କଥା ଅଲଗା ।  ଏପର୍ଯ୍ୟନ୍ତ ବିଗ ବି ବହୁ ପ୍ରେରଣା ଦାୟୀ ମହିଳାଙ୍କ ସହ କେବିଶି ସେଟରେ ଭେଟି ସାରିଲେଣି ।  ଖାଲି ଭେଟନ୍ତିନି ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରିଥାନ୍ତି। କେବିସି ର ଏହି ସିଜିନରେ ଏମିତି ଜଣେ ମହିଳା ଆସିଥିଲେ ।  ଯାହାଙ୍କ ନାମ ହେଉଛି ‘ଅଡ୍ଡା ଚାରିଟେବଲ ଟ୍ରଷ୍ଟ’ ସହ ଜଡିତ ଦୀପା ଗୋବେକାର।  କେବିଶିକୁ ଆସିବାର ତାଙ୍କର ଖାସ ଉଦ୍ଦେଶ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା।
ଦୀପା ନିଜ ପତିଙ୍କ ଦ୍ୱାରା ନିର୍ମିତ ଏହି ଟ୍ରଷ୍ଟରେ ସହଯୋଗ କରିଥାନ୍ତି।

ଏହି ଟ୍ରଷ୍ଟ ଜରିଆରେ ସେ ଦୁହେଁ ଅନାଥ ବେସାହାରା ପିଲା ମାନଙ୍କୁ ଆଶ୍ରା ଦେଇଥାନ୍ତି। ଦୀପା ବେସାହାରା ଅନାଥ ପିଲା ମାନଙ୍କୁ ସାହାରା ଦେଉଥିବା ‘ଆଇ ସିଂଧୁତାଇ ସାପକାଲ’ ପାଇଁ ହିଁ ଏଠାକୁ ଆସିଥିଲେ । ଶୁକ୍ରବାର କର୍ମବୀର ଏପିସୋଡ଼ରେ ନବୀନ ଗୁଳିଆଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନବୀନ ଦୀର୍ଘ ଦିନ ହେବ ବିଭିନ୍ନ ସାମାଜିକ କାର୍ଯ୍ୟ ସହ ଜଡିତ ଅଛନ୍ତି । ସେ ନିଜେହିଁ ଅଡ୍ଡା ବା ‘ଅପନୀ ଦୁନିଆ ଅପନା ଆସିୟାନା ‘ ଟ୍ରଷ୍ଟଟିକୁ ଗଠନ କରିଥିଲେ ।  ଏହି ଟ୍ରଷ୍ଟଟି ବେସାହାରା ଅନାଥ ପିଲାଙ୍କୁ ସାହାରା ଯୋଗାଇଥାଏ । ନବୀନଙ୍କ ଏହି କାମରେ ତାଙ୍କୁ ଟ୍ରଷ୍ଟର ପରିଚାଳନା କାମରେ ସହଯୋଗ କରିଥାନ୍ତି ତାଙ୍କ ପତ୍ନୀ ଦୀପା ।  ତେଣୁ କେବିସି ସେଟରେ ପତିଙ୍କ ସହ ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ।

56

ଦୀପା ମଧ୍ୟ ଅମିତାଭଙ୍କ ସହ ଭେଟିବାକୁ ବହୁ ଉତ୍ସାହିତ ଥିଲେ । ପୂର୍ବରୁ ତାଙ୍କ ମନରେ ବହୁ ଗୁଡିଏ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଥିଲା । ସେ ବଚ୍ଚନଙ୍କୁ କେମିତି ସାମ୍ନା କରିବେ, ତାଙ୍କ ପ୍ରଶ୍ନ ଗୁଡିକର ଉତ୍ତର ଦେଇ ପାରିବେ କି ନାହିଁ ଏମିତି କେତେ କଣ ।  କିନ୍ତୁ ଅମିତାଭଙ୍କ ସାମ୍ନାରେ ବସିବା ପରେ ତାଙ୍କ ମନର ଏହି ସବୁ ପ୍ରଶ୍ନ ଗୁଡିକ ବନ୍ଦ ହୋଇଯାଇଥିଲା ।  ସେହି ସମୟରେ ତାଙ୍କ ଖୁସିର କୌଣସି ସୀମା ରହି ନଥିଲା ।  ସେ ଏହା ମଧ୍ୟ କହିଛନ୍ତି ଯେ ଜୀବନରେ ଏହି ମୁହୂର୍ତ୍ତକୁ କେବେ ବି ସେ ଭୁଲି ପାରିବେ ନାହିଁ ।  ନିଜ ସ୍ୱାମୀଙ୍କୁ ସାଥ ଦେବା ପାଇଁ ହିଁ ସେ କେବିଶିରେ ଯୋଗ ଦେଇଥିଲେ । କିନ୍ତୁ ହଟସିଟ ରେ ବସିବା ପରେ ତାଙ୍କର ସବୁ ଡର ଛାଡ଼ିଯାଇଥିଲା ।  ସେ ଏଥିପାଇଁ ମଧ୍ୟ ଚିନ୍ତିତ ଥିଲେ କି ଯଦି କୌଣସି ପ୍ରଶ୍ନର ଉତ୍ତର ନ ଦେଇପାରନ୍ତି ତେବେ କଣ ହେବ। କିନ୍ତୁ ଧୀରେ ଧୀରେ ଏସବୁ ତାଙ୍କ ମନରୁ ଯେମିତି ଉଭେଇ ଯାଇଥିଲା । 

 ଏହା ସହ ପଢନ୍ତୁ:ଏପରି ଏକ ଦେଶ, ଯେଉଁଠାରେ ଟ୍ରେନ ଚଲାଇବା ଠାରୁ ଟିକେଟ କାଟିବା କାମ କରୁଛନ୍ତି ପିଲା

ଦୀପା ଏହି ସେଟରେ ଏକ ସ୍ୱତନ୍ତ୍ର ଧରଣର ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧି ଆସିଥିଲେ ।  ଏହି ରଙ୍ଗର ଶାଢ଼ୀ ପିନ୍ଧିବାରେ ତାଙ୍କର ଏକ ଖାସ ଲକ୍ଷ ମଧ୍ୟ ଥିଲା ।  ସେ ତାଙ୍କ ସୋସିଆଲ ସାଇଟରେ ଏ ବିଷୟରେ ଲେଖିଥିଲେ ଯେ କେବିସି ର ସେଟଟି ପୁରା ବାଇଗଣୀ ରଙ୍ଗର । ତେଣୁ ଗୋଲାପୀ ରଙ୍ଗଟି ବେଶ ମାନିବ ବୋଲି ଚିନ୍ତାକରି ସେ ଏପରି କରିଥିବା କହିଛନ୍ତି। ଗୋଲାପୀ ରଙ୍ଗର ପୁରା ସାଧା ଚାନ୍ଦେରୀ ଶାଢ଼ୀ ପିନ୍ଧି ଥିଲେ।  ଏହି ଶାଢୀରେ ବି ସେ ଖୁବ ସୁନ୍ଦର ଦେଖାଯାଉଥିଲେ।  ଖୋଦ ଅମିତାଭ ବଚନ ମଧ୍ୟ ତାଙ୍କର ପ୍ରଂଶସା ନକରି ରହିପାରିନାହାନ୍ତି।
ଏମିତିରେ ବି ଗୋଲାପୀ ରଙ୍ଗ ସାଧାରଣତଃ ଖୁସି, ପ୍ରେମ, ସୌନ୍ଦର୍ୟର ପ୍ରତୀକ ହୋଇଥାଏ । ସେ ଏହି ଶାଢ଼ୀ ଟିକୁ ତାଙ୍କ ମାଙ୍କ ଗଣେଶ ପୂଜା ଅବସରରେ କିଣିଥିବା କଥା କହିଛନ୍ତି ।

ନିଜ ସୋସିଆଲ  ଆକାଉଣ୍ଟରେ ଦୀପା ଲେଖିଛନ୍ତି ଯେ ଏହି ଗୋଲାପୀ ଶାଢୀ ପିନ୍ଧି ସେଟରେ ‘ସିଂଧୁତାଇ ସପକାଲ’ ନାମକ ଅନୁଷ୍ଠାନକୁ ସଲାମ କରିବା ସହ ଧନ୍ୟବାଦ ମଧ୍ୟ ଦେଇଥିଲେ।  ସେ ଦେଶର ସମସ୍ତ ବେସାହାରା ପିଲାଙ୍କ ମା ।  ସେ ଏଯାବତ ପ୍ରାୟ ୧୨୦୦ ପିଲାଙ୍କ ମା ହୋଇସାରିଲେଣି ।   ଗୋଲାପୀ ଶାଢ଼ୀ ନେଇ ଅମିତାଭଙ୍କ ପ୍ରଶ୍ନର ଉତ୍ତରରେ ଦୀପା କହିଥିଲେ ଯେ ଜୀବନ ତ ଏତେ କଲା ଦେଖେଇଲା ।  ଏବେ କିଛି ଗୋଲାପୀ ଦେଖିବା ହୁଏତ ଉଚିତ ହେବ ।   ତାଙ୍କର ଏହି ଉତ୍ତରରେ ବିଗ ବି ବହୁ ପ୍ରଭାବିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.