ଯନ୍ତାରେ ପଡିଲା ବାଲିମେଳା ସହର ନିକଟରେ ମାସେ ଧରି ଆତଙ୍କ ସୃଷ୍ଟି କରୁଥିବା ଭାଲୁ

ମାଲକାନଗିରି(କେନ୍ୟୁଜ୍): ଯନ୍ତାରେ ପଡିଲା ଭାଲୁ। ମାଲକାନଗିରି ଜିଲ୍ଲା ବାଲିମେଳା ସହର ନିକଟରେ ଭାଲୁଟି ମାସେ ଧରି ଆତଙ୍କ ସୃଷ୍ଟି କରିଥିଲା। ଜନବସତି ନିକଟରେ ଭାଲୁଟି ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଥିଲେ। ସନ୍ଧ୍ୟା ହେଲେ ଲୋକଙ୍କ ଘରେ ତାଟି କବାଟ ପଡି ଯାଉଥିଲା। ଗତକାଲି ବାଲିମେଳା ବନବିଭାଗ ବନପାଳଙ୍କ ନେତୃତ୍ୱରେ ରାତି ୨ଟା ସମୟରେ ବାଲୁକୁ କୌଶଳକ୍ରମେ କାବୁ କରାଯାଇଥିଲା। ଭାଲୁ ଧରାପଡିବାରୁ ଏବେ ଗାଁଲୋକେ ଆଶ୍ୱସ୍ତ ହୋଇଛନ୍ତି। ଉଦ୍ଧାର ପରେ ଭାଲୁକୁ ଚିତ୍ରକୋଣ୍ଡା ଜଙ୍ଗଲରେ ଛାଡି ଦିଆଯାଇଛି।