ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ନୂଆପଡ଼ା ଜିଲ୍ଲା ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା

ନୂଆପଡ଼ା(କେନ୍ୟୁଜ୍): ଆଜି ୧୨ ଘଣ୍ଟିଆ କୁଚିଣ୍ଡା ଉପଖଣ୍ଡ ବନ୍ଦ ଡାକରା। ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ଏତିସହ ଆନ୍ଦୋଳନକାରୀମାନେ ବିଭିନ୍ନ ଛକରେ ପିକେଟିଂ କରି ୩୫୩ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତା ଉପରେ ଶହ ଶହ ଗାଡି ମୋଟର ଅଟକି ରହିଛି। ବସ୍‌ ଚଳାଚଳ କରୁନଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ବନ୍ଦକୁ ବିଭିନ୍ନ ରାଜନୈତିକ ସଙ୍ଗଠନ, ବଣିକ ସଂଘ ଓ ବରିଷ୍ଠ ନାଗରିକ ସମର୍ଥନ ଜଣାଇଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.