Below header

ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେବା ପରେ କିଟ ଓ କିସ୍‌ ପକ୍ଷରୁ ଦୂତି ଚାନ୍ଦଙ୍କୁ ଦିଆଗଲା ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ):  ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେବା ପରେ କିଟ ଓ କିସ୍‌ ପକ୍ଷରୁ ଦୌଡ଼ରାଣୀ ତଥା କିଟ୍‌ ଛାତ୍ରୀ ଦୂତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କିଟ୍‌ ଓ କିସ୍‌ ପରିବାର ପକ୍ଷରୁ ତାଙ୍କୁ ଦିଆଯାଇଛି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । ଏକ ନିରାଡମ୍ବର କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଦୂତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି, ଦୂତି କିଟ୍‌ ଓ କିସ୍‌ ନୁହେଁ ସାରା ରାଜ୍ୟ ଓ ଦେଶ ଗର୍ବିତ । ଜୀବନରେ ବହୁ ସଂଘର୍ଷମୟ ପରିସ୍ଥିତି ଦେଇ ସେ ଅତିକ୍ରମ କରିଛନ୍ତି ।

କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ପାଇଁ ସେ ଏଠାରେ ପହଞ୍ଚିଛନ୍ତି ଏବଂ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ବୋଲି ଡକ୍ଟର ସାମନ୍ତ କହିଥିଲେ। କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳ ସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଓ କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ହରେକୃଷ୍ଣ ଶତପଥୀ, କିସ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.