ବଡ଼ ଠାକୁରଙ୍କ ବାମନ ଭକ୍ତ: ଭଦ୍ରକରୁ ପୁରୀକୁ ଡାକି ଆଣିଲେ ମହାବାହୁ

ପୁରୀ(କେନ୍ୟୁଜ୍): ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ ବାମନ ଭକ୍ତ। କଟକର ୧୭ବର୍ଷୀୟ ଚନ୍ଦନ ମହାନ୍ତି। ନିଜର ବାମନ ବେଶ ପାଇଁ ଅନେକଙ୍କ ଟାହିଟାପରାର ସାମନା କରିଆସିଛନ୍ତି। ଆଉ ଏଥିପାଇଁ ରାଜ୍ୟ ସାରା ବିଭିନ୍ନ ଧର୍ମସ୍ଥଳୀ ଓ ମନ୍ଦିର ଯାଇଛନ୍ତି। ପୂର୍ବରୁ ବି ରଥଯାତ୍ରା ବେଳେ ଦର୍ଶନ ପାଇଁ ଆସିଛନ୍ତି। କିନ୍ତୁ ଦର୍ଶନ ପାଇବାର ସୌଭାଗ୍ୟ ପାଇନାହାନ୍ତି। ଏଥର କିନ୍ତୁ ଲାଗିଛି କାଳିଆ ଡୋରି।

 ହାତରେ ନଡ଼ିଆ ଧରି ସେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିିବା ପରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ନିଜ ପରିବାର ସହ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିବା ବେଳେ ଜିଲ୍ଲାପ୍ରଶାସନର ନଜରକୁ ଆସିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ଚନ୍ଦନ ଓ ତାଙ୍କ ପରିବାରକୁ ନେଇ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ଚନ୍ଦନ ଶ୍ରଦ୍ଧା ଓ ଆଗ୍ରହରେ ମହାପ୍ରଭୁଙ୍କ ପାଇଁ ଆଣିଥିବା ନଡ଼ିଆ ମହାପ୍ରଭୁଙ୍କୁ ସମର୍ପଣ କରିଛନ୍ତି। କେବଳ ଦର୍ଶନ ନୁହେଁ ଏସପି କେ.ବିଶାଲ ସିଂହଙ୍କ ସହଯୋଗରେ ପରିବାର ଏକାଠି ଆଡ଼ପ ଅବଢ଼ା ମଧ୍ୟ ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.