Below header

ଦ୍ୱିତୀୟ ପର୍ଯ୍ୟାୟରେ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଲା ଇଡି, ୩ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ୩ ଦିନିଆ ରିମାଣ୍ଡରେ ଜଗବନ୍ଧୁ। ଦ୍ୱିତୀୟ ପର୍ଯ୍ୟାୟରେ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇଛି ଇଡି। ଆଜି ଅପରାହ୍ନରେ କଡ଼ା ସୁରକ୍ଷା ମଧ୍ୟରେ ଇଡି କାର୍ଯ୍ୟାଳୟରୁ ଜଗବନ୍ଧୁଙ୍କୁ ଅଣାଯାଇଥିଲା। ଭୁବନେଶ୍ୱର ସ୍ଥିତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର କରି ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। କୋର୍ଟ ୩ ଦିନ ପାଇଁ ଅନୁମତି ଦେଇଛନ୍ତି।

ଗତକାଲି ସରିଥିଲା ଜଗବନ୍ଧୁଙ୍କ ରିମାଣ୍ଡ ଅବଧି। ଶୁଣାଣିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦର୍ଶାଇଥିଲେ ଯେ, SFSL ପ୍ରଥମ ପର୍ଯ୍ୟାୟ ଫରେନ୍‌ସିକ୍‌ ରିପୋର୍ଟରେ ଅର୍ଚ୍ଚନାଙ୍କ ମୋବାଇଲର ତଥ୍ୟ ମିଳିନାହିଁ। SFSLର ଦ୍ୱିତୀୟ ପର୍ଯ୍ୟାୟ ଫରେନ୍‌ସିକ୍‌ ରିପୋର୍ଟକୁ ଅପେକ୍ଷା କରିଛି ଇଡି। ଜଗବନ୍ଧୁଙ୍କୁ ମିଶାଇ ଇଡିର ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । ପୂର୍ବରୁ ଅର୍ଚ୍ଚନା ଓ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଗିରଫ କରିଥିଲା ଇଡି । ଆଜି ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.