କେବେ କାହାକୁ ଉଧାର ଦିଅନ୍ତୁ ନାହିଁ ରୋଷେଇ ଘରର ଏହି ୫ଟି ଜିନିଷ; ବହୁତ ଜଲ୍‌ଦି ମାଡ଼ି ଆସିବ ଦାରିଦ୍ର୍ୟ

ସାଧାରଣ ଜୀବନରେ ପ୍ରାୟତଃ ଆମେ ରୋଷେଇ ସହ ଜଡ଼ିତ ଅନେକ ଜିନିଷ ଲେଣଦେଣ କରିଥାଉ। ବହୁ ବାର ନିଜ ପଡ଼ୋଶୀଙ୍କଠାରୁ କିଛି ଜିନିଷ ମାଗି ଆଣିଥାଉ ତ ଆଉ କେବେ ସେମାନଙ୍କୁ ମଧ୍ୟ ଦେଇଥାଉ। ଏମିତି କରିବା ଦ୍ୱାରା ପାରସ୍ପରିକ ସମ୍ବନ୍ଧରେ ମଜଭୁତ ଆସିଥାଏ। ସମ୍ପର୍କ ଭଲ ରହିଥାଏ।

କିନ୍ତୁ ମନେ ରଖନ୍ତୁ, ରୋଷେଇ ସହ ଜଡ଼ିତ ୫ଟି ଜିନିଷକୁ କଦାପି କାହାକୁ ଦେବା ଉଚିତ୍‌ ନୁହେଁ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇ ଘରୁ ଚାଲି ଯାଆନ୍ତି, ଯଦ୍ଦ୍ଵାରା ପୂରା ପରିବାର ଦାରିଦ୍ର୍ୟ ଚକ୍ରରେ ଫସି ଯାଇଥାଏ। ଆସନ୍ତୁ ଜାଣିବା, କେଉଁ ୫ଟି ଜିନିଷକୁ ଆମେ କାହାକୁ ଉଧାର ଦେବା ଉଚିତ୍‌ ନୁହେଁ।

ପିଆଜ ଏବଂ ରସୁଣ:

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ପିଆଜ ଏବଂ ରସୁଣର ସମ୍ବନ୍ଧ କେତୁ ଗ୍ରହ ସହ ରହିଛି। ତେଣୁ କେତୁ ଗ୍ରହକୁ ଶାନ୍ତ ରଖିବା ପାଇଁ ଏହି ଦୁଇଟି ଜିନିଷ ରୋଷେଇ ଘରେ ରହିବା ବହୁତ ଜରୁରୀ। ଏହି କାରଣରୁ ଭୁଲ୍‌ରେ ବି କାହାକୁ ପିଆଜ ଏବଂ ରସୁଣ ଉଧାର କିମ୍ବା ଦାନ ଦେବା ଉଚିତ୍‌ ନୁହେଁ। ଏମିତି କଲେ କେତୁଙ୍କ କୁଦୃଷ୍ଟି ଘର ଉପରେ ପଡ଼ିବା ଆରମ୍ଭ ହୋଇଥାଏ, ଯଦ୍ଦ୍ଵାରା ପରିବାର ବର୍ବାଦ ହେବାକୁ ଅଧିକ ସମୟ ଲାଗି ନ ଥାଏ।

ଲୁଣ:

ଜ୍ୟୋତିଷ ବିଦ୍ୱାନଙ୍କ ମୁତାବକ, ଲୁଣ ନା କାହାକୁ ଦେବା ଉଚିତ୍‌ ନା କାହାଠୁ ଧାର ଆଣିବା ଉଚିତ୍‌। ଯଦି ଘରେ ଲୁଣ ସରିଯାଇଛି, ତା’ ହେଲେ କାହାଠୁ ଉଧାର ମାଗିବା ପରିବର୍ତ୍ତେ ନିଜେ ଯାଇ ବଜାରରୁ କିଣି ଆଣିବା ଉଚିତ୍‌। ଏମିତି ନ କଲେ, ପରିବାରକୁ ଘୋର ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଜୀବନରେ ସମସ୍ୟା ଆସିବାକୁ ଲାଗିଥାଏ।

କ୍ଷୀର:

କ୍ଷୀରର ସମ୍ବନ୍ଧ ଚନ୍ଦ୍ର ଗ୍ରହ ସହ ରହିଛି। ଉଭୟଙ୍କ ରଙ୍ଗ ଧଳା ହୋଇଥାଏ। ଏହି କାରଣରୁ କ୍ଷୀର କିମ୍ବା କ୍ଷୀର ସହ ଜଡ଼ିତ କୌଣସି ବି ଜିନିଷକୁ ଉଧାର ଦେବା ଅଶୁଭ ଗଣାଯାଇଥାଏ। ଖାସ୍‌ କରି, ସୂର୍ଯ୍ୟ ଅସ୍ତ ଯିବା ପରେ ଭୁଲ୍‌ରେ ବି କାହାକୁ କ୍ଷୀର ଉଧାର ଦେବା କଥା ନୁହେଁ।

ହଳଦୀ:

ହଳଦୀର ସମ୍ବନ୍ଧ ବୃହସ୍ପତି ଗ୍ରହ ସହ ରହିଛି। ବୃହସ୍ପତିଙ୍କୁ ଲୋକଙ୍କ କଲ୍ୟାଣକାରୀ ଦେବତା ରୂପେ ଗଣାଯାଇଥାଏ। ଏଥିପାଇଁ ହଳଦୀକୁ ଭୁଲ୍‌ରେ ବି କାହାକୁ ଦାନ କିମ୍ବା ଉଧାରରେ ଦେବା ଉଚିତ୍‌ ନୁହେଁ। ଯଦି ଆପଣ ଭଲ କରିବାକୁ ଯାଇ କାହାକୁ ହଳଦୀ ଉଧାରରେ ଦିଅନ୍ତି, ତା’ ହେଲେ ଆପଣଙ୍କୁ ପାରିବାରିକ ଏବଂ ବୈବାହିକ ଜୀବନରେ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.