ବିନା ପାସଓ୍ଵାର୍ଡରେ ବି ସେୟାର କରିହେବ Wifi, ଜାଣନ୍ତୁ ଏହି ସହଜ ଟ୍ରିକ୍ସ

ଆପଣଙ୍କ ଫୋନରେ ଡାଟା ସରିଯାଇଛି କି? ଆଉ ଆପଣ କାହାଠୁ ଓ୍ଵାଇଫାଇ ଆଣିବାକୁ ଚାହୁଁଛନ୍ତି? ସାଧାରଣ ଭାବେ ଏପରି ସ୍ଥିତିରେ ଡାଟା ପ୍ୟାକ ପାଇଁ ସମୟ କି ଟଙ୍କା ନଥିଲେ ଆଉ କିଛି ସମୟର ଜରୁରୀ କାମ ଥିଲେ ଆମେ ଅନ୍ୟଙ୍କ ଠୁ ଓ୍ଵାଇଫାଇ ଆଣିଥାଉ। ତେବେ ଓ୍ଵାଇଫାଇ ମନଇଚ୍ଛା ନେବା ତ ସମ୍ଭବ ନୁହେଁ। ଏଥିପାଇଁ ପାସଓ୍ଵାର୍ଡ ଥାଏ। ଆପଣ କାହାକୁ ଦିଅନ୍ତୁ ଅବା ନିଜେ କାହାଠୁ ଆଣନ୍ତୁ ସବୁ ପାଇଁ ପାସଓ୍ଵାର୍ଡ ଦରକାର ପଡ଼ିଥାଏ। କିନ୍ତୁ ଆପଣ ଯଦି ମାଗଣାରେ କାହା ଅଜାଣତରେ ଓ୍ଵାଇଫାଇ ଚଲାଇବାକୁ ଚାହୁଁଛନ୍ତି ସେ ବି ବିନା ପାସଓ୍ଵାର୍ଡରେ ତେବେ କିଛି ଟ୍ରିକ୍ସ ରହିଛି। ଯାହାକୁ ମାନିିଲେ ଆପଣ ବିନା ପାସଓ୍ଵାର୍ଡରେ ଓ୍ଵାଇଫାଇ କନେକ୍ଟ କରାଇପାରିବେ ଆଉ ସେୟାର ମଧ୍ୟ କରିପାରିବେ।

ଆଜିକାଲି ଇଣ୍ଟରନେଟର ଆବଶ୍ୟକତା ସବୁ ସ୍ଥାନରେ ରହିଛି। ଇଣ୍ଟରନେଟର ଉପଯୋଗ ଆମେ ମାନେ ଟ୍ରାଭେଲିଂ ଠାରୁ ଆରମ୍ଭ କରି ଅଫିସ କାମ ଯାଏଁ ସବୁ ସ୍ଥାନରେ ବ୍ୟବହାର କରିଥାଉ। ଇଣ୍ଟରନେଟର ଅଧିକ ବ୍ୟବହାର ନିଜ ମୋବାଇଲର ଡାଟା ସାହାଯ୍ୟରେ କରିଥାଉ। କିନ୍ତୁ ଅନେକ ଥର ଫାଷ୍ଟ ଇଣ୍ଟରନେଟ ପାଇଁ ଓ୍ଵାଇ-ଫାଇର ବ୍ୟବହାର କରିଥାଉ। ଏପରି ମଧ୍ୟ ଆପଣଙ୍କ ସହିତ ହୋଇଥାଏ। ଘରକୁ ଆସିଥିବା ବନ୍ଧୁବର୍ଗ କିମ୍ବା ସାଙ୍ଗ ଆପଣଙ୍କୁ ଓ୍ଵାଇ-ଫାଇ ପାସଓ୍ଵାର୍ଡ ମାଗିଥାନ୍ତି। କିନ୍ତୁ ଆପଣ ନିଜର ଓ୍ଵାଇ-ଫାଇ ପାସଓ୍ଵାର୍ଡ ସେୟାର କରିବାକୁ ଇଚ୍ଛା ନଥାଏ। ଆପଣ କିପରି ବିନା ପାସଓ୍ଵାର୍ଡ ନଦେଇ ଓ୍ଵାଇ-ଫାଇ କିପରି ସେୟାର କରିପାରିବେ, କିନ୍ତୁ ସାମ୍ନା ବ୍ୟକ୍ତିଙ୍କୁ ଏହା ବିଷୟରେ କିଛି ବି ଜାଣିପାରିବେ ନାହିଁ।

ଆପଣ ଅନ୍ୟକୁ ଓ୍ଵାଇ-ଫାଇ ସେୟାର କରିବାକୁ ଚହୁଁଥିଲେ ପାସଓ୍ଵାର୍ଡ ନ ଦେଇ ମଧ୍ୟ ନିଜର ଡାଟା ସେୟାର କରିପାରିବେ। ଏଥିପାଇଁ ଆପଣକୁ ପାସଓ୍ଵାର୍ଡ ବଦଳରେ ପାସଓ୍ଵାର୍ଡ କ୍ୟୁଆର କୋର୍ଡ ସେୟାର କରିପାରିବେ। ଏପରି କରିବା ଦ୍ୱାରା ସାମ୍ନା ବ୍ୟକ୍ତି ଆପଣଙ୍କ ପାସଓ୍ଵାର୍ଡ ଜାଣିପାରିବେ ନାହିଁ, କେବଳ କ୍ୟୁଆର କୋର୍ଡ ସ୍କାନ କରି ଓ୍ଵାଇ-ଫାଇ ଜରିଆରେ ଆପଣଙ୍କ ଡାଟା ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି କରିବେ କ୍ୟୁଆର କୋର୍ଡ ଜରିଆରେ ଓ୍ଵାଇଫାଇ ସେୟାର କରିବାର ଉପାୟ….

ଟିପ୍ସ:
ଏପରି କେତେକ ୱେବସାଇଟ ରହିଛି, ଯାହା ଓ୍ଵାଇ-ଫାଇ ନାମ ଏବଂ ପାସଓ୍ଵାର୍ଡ କ୍ୟୁଆର କୋର୍ଡକୁ ପରିବର୍ତ୍ତିତ କରିଥାଏ। ଆପଣଙ୍କୁ ପ୍ରଥମେ www.qrstuff.com ଏବଂ zxing.appspot.com/generator ସାମିଲ ରହିଛି।
-ପ୍ରଥମେ ଏହିସବୁ ୱେବସାଇଟକୁ ଯାଇ ଓ୍ଵାଇ-ଫାଇ ଲଗଇନ ଅପସନ କ୍ଲିକ କରନ୍ତୁ।
– ତା’ ପରେ ଏସଏସଆଇଡି ସେକ୍ସନକୁ ଯାଇ ଓ୍ଵାଇ-ଫାଇ ନେଟଓ୍ଵାର୍କ ନାମ ଟାଇପ କରନ୍ତୁ।
– ଏହାପରେ ଡେଡିକେଟେଡ ସେକ୍ସନକୁ ଯାଇ ପାସଓ୍ଵାର୍ଡ ଟାଇପ କରନ୍ତୁ।
– ଏହା ପରେ ନେଟଓ୍ଵାର୍କ ଟାଇପ ସିଲେକ୍ସନ କରନ୍ତୁ। ଏଠାରେ ଓ୍ଵାଇ-ଫାଇ WPA ନାମରେ ରହିଥାଏ।
-ତା’ ପରେ ଜେନେରେଟରେ କ୍ଲିକ କରି କ୍ୟୁଆର କୋଡକୁ ଡାଉନଲୋଡ କରନ୍ତୁ।

ଥରେ ଡାଇନଲୋଡ ହେବା ପରେ ଆପଣ ଏହାକୁ ସେଭ କରି ରଖିଦିଅନ୍ତୁ। ଏହାକୁ ସ୍କାନ କରି କେହି ବି ଆପଣଙ୍କ ସହିତ ଓ୍ଵାଇ-ଫାଇ କନେକ୍ସନ କରିପାରିବ। ଏହା ପରେ ଜଏନ ଅପସନ ଆସିଯିବ। କିନ୍ତୁ ଆଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ୟବହାରକାରୀ ଏହି କାମ କ୍ୟାମେରା ମାଧ୍ୟମରେ ମଧ୍ୟ କରିପାରିବେ। କିଛି ଆଣ୍ଟ୍ରଏଡ ସ୍ମାର୍ଟଫୋନରେ ଏହି ଫିଚର ଉପଲବ୍ଧ ନାହିଁ। କିନ୍ତୁ ଏମାନେ ଗୁଗଲ ପ୍ଲେ ଷ୍ଟୋରରୁ କ୍ୟୁଆର କୋର୍ଡ ସ୍କାନିଂ ଆପ୍‌ ଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.