Below header

କିଟ୍‌ ପକ୍ଷରୁ ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ନ୍ୟାସନାଲ ମେମୋରିଆଲ୍‌ ଟ୍ରଷ୍ଟ ଛାତ୍ରୀଙ୍କୁ ଶିକ୍ଷା ସହାୟତା

ମେ ୧୭ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କସ୍ତୁରବା ଟ୍ରଷ୍ଟ ପରିଦର୍ଶନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ଛାତ୍ରୀଙ୍କୁ ବିନାଦେୟରେ କିଟ୍‌ରେ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ଡ. ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ ।

ସାଲେପୁର(କେନ୍ୟୁଜ୍): କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି-କିଟ୍‌ ପକ୍ଷରୁ ସାଲେପୁର ସତ୍ୟଭାମାପୁର ସ୍ଥିତ କସ୍ତୁରବା ଗାନ୍ଧୀ ନ୍ୟାସନାଲ ମେମୋରିଆଲ୍‌ ଟ୍ରଷ୍ଟର ଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଇଛି । ମେ ୧୭ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କସ୍ତୁରବା ଟ୍ରଷ୍ଟ ପରିଦର୍ଶନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ଛାତ୍ରୀଙ୍କୁ ବିନାଦେୟରେ କିଟ୍‌ରେ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ଡ. ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ ।

ଆଜି ପ୍ରଥମ ରଜ ଅବସରରେ ଡ. ସାମନ୍ତ ଟ୍ରଷ୍ଟ ପରିଦର୍ଶନ କରିବା ସହ ଏଠାରେ ଛାତ୍ରୀଙ୍କ ସହ ରଜ ପାଳନ କରିଥିଲେ । ଛାତ୍ରୀଙ୍କ ପାଇଁ ଭୁବନେଶ୍ୱରରୁ ନେଇଥିବା ଫଳ ଓ ନୂତନ ବସ୍ତ୍ର ସେମାନଙ୍କୁ ବଣ୍ଟନ କରିଥିଲେ । ଟ୍ରଷ୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଡ. ସାମନ୍ତ ମାଲ୍ୟାର୍ପଣ କରିବା ସହ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ପୂର୍ବ ପ୍ରତିଶ୍ରୁତି ମୁତାବକ ଟ୍ରଷ୍ଟରୁ ମ୍ୟାଟ୍ରିକ୍‌ ପାସ୍‌ କରିଥିବା ୩ ଜଣ ଛାତ୍ରୀଙ୍କୁ କିଟ୍‌ ପଲିଟେକ୍ନିକରେ ନାମ ଲେଖାଇବା ପାଇଁର ଡ. ସାମନ୍ତ ଘୋଷଣା କରିଥିଲେ । ଏହି ଛାତ୍ରୀମାନେ କିଟ୍‌ରେ ଡିପ୍ଲୋମା ପାଠ୍ୟକ୍ରମ ପଢ଼ିବେ । ଏଥିପାଇଁ ସମସ୍ତ ଖର୍ଚ୍ଚ କିଟ୍‌ ବହନ କରିବ । ଭବିଷ୍ୟତରେ ପାଠ ପଢ଼ିବା ପାଇଁ ଆବଶ୍ୟକ ସହାୟତା ମଧ୍ୟ କିଟ୍‌ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଡ. ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କସ୍ତୁରବା ଗାନ୍ଧୀ ନ୍ୟାସନାଲ୍‌ ମେମୋରିଆଲ୍‌ ଟ୍ରଷ୍ଟର ସମ୍ପାଦକ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କିଟ୍‌ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.