Below header

କେଦାରନାଥ ରାସ୍ତାରେ ଘୋଡ଼ାକୁ ପିଟିବାକୁ ମନା କଲେ ତୀର୍ଥଯାତ୍ରୀ, ମାଡ଼ ମାରି ଲହୁଲୁହାଣ କରିପକାଇଲେ ଖଚର ସଞ୍ଚାଳକ

ଉତ୍ତରାଖଣ୍ଡରେ ଖଚର ସଞ୍ଚାଳକଙ୍କ ଗୁଣ୍ଡାଗର୍ଦ୍ଦି ମାମଲା ସାମ୍ନାକୁ ଆସିଛି। କେଦାରନାଥ ଯାଉଥିବା ଜଣେ ତୀର୍ଥଯାତ୍ରୀଙ୍କୁ ଏମାନେ ଆକ୍ରମଣ କରିଥିବା ପୋଲିସରେ ଅଭିଯୋଗ ହୋଇଛି।

ଉତ୍ତରାଖଣ୍ଡରେ ଖଚର ସଞ୍ଚାଳକଙ୍କ ଗୁଣ୍ଡାଗର୍ଦ୍ଦି ମାମଲା ସାମ୍ନାକୁ ଆସିଛି। କେଦାରନାଥ ଯାଉଥିବା ଜଣେ ତୀର୍ଥଯାତ୍ରୀଙ୍କୁ ଏମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ତୀର୍ଥଯାତ୍ରୀ ଘୋଡ଼ାକୁ ପିଟିବାକୁ ମନା କରିଥିଲେ, ତ ସେହି ସମୟରେ ସଞ୍ଚାଳକମାନେ ହଠାତ୍‌ କ୍ରୋଧିତ ହୋଇ ତୀର୍ଥଯାତ୍ରୀଙ୍କୁ ମାଡ଼ ମାରିଥିଲେ।

ପୋଲିସ ସୂଚନା ମୁତାବକ, ଏହି ଘଟଣା ଜୁନ୍‌ ୧୦ର। ଦିଲ୍ଲୀ ମହିପାଲପୁରର ଜଣେ ବ୍ୟକ୍ତି କେଦାରନାଥ ବୁଲିବାକୁ ଯାଇଥିଲେ। ସେଠାରେ ସେ ଭୀମବଲି ବ୍ରିଜ ନିକଟରେ ଏକ ଘୋଡ଼ା ଦୟନୀୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ବ୍ୟକ୍ତି ଜଣକ ସେଠାରେ ଅଟକି ଘୋଡ଼ାକୁ ଉଦ୍ଧାର କରିବା ପାଇଁ ଆଖପାଖର ଲୋକଙ୍କଠାରୁ ସାହାଯ୍ୟ ମାଗିଥିଲେ। ହେଲେ ଉଦ୍ଧାର କରିବାକୁ କେହି ଆଗେଇ ଆସି ନ ଥିଲେ।

ପୀଡିତ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ, କେଦାରନାଥ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଘୋଡା ଓ ଖଚରମାନଙ୍କୁ ପିଟୁଥିବାର ସେ ଦେଖିବାକୁ ପାଇଥିଲେ। ଏହାଦେଖି ତୀର୍ଥଯାତ୍ରୀ ତାଙ୍କୁ ଅଟକାଇ ପଶୁମାନଙ୍କୁ ନ ପିଟିବାକୁ କହିଥିଲେ। ହେଲେ ସେଠାରେ ଥିବା ଘୋଡା ଓ ଖଚର ସଞ୍ଚାଳକମାନେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଉତ୍ତରାଖଣ୍ଡରୁ ବାହାରି ଯିବାକୁ କହିଥିଲେ।

କହି ରଖୁଛୁ, ହିମାଳୟରେ ଥିବା କେଦାରନାଥ ମନ୍ଦିର ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କୁ ନେବା ଆଣିବା କରିବା ପାଇଁ ରାସ୍ତାରେ ଘୋଡା ଓ ଖଚର ବ୍ୟବହାର କରାଯାଏ। ତେବେ ସୋସିଆଲ ମିଡିଆରେ ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଆକ୍ରମଣକାରୀଙ୍କ ବିରୋଧରେ ବ୍ୟକ୍ତି ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ଆଇପିସି ଧାରା ଅଧୀନରେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.