ହିଟ୍‌ ହିଟୱେଭ୍  ପାଇଁ ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଜିଠୁ ଆସନ୍ତା ୧୮ ଯାଏ ରାଜ୍ୟରେ ସିଭିୟର ହିଟେଓ୍ଵଭ ଅନୁଭୂତ ହେବ । ଏନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ରଜରେ ତତଲା ରହିବ ପାଗ ।

କେନ୍ୟୁଜ୍(ବ୍ୟୁରୋ):  ଜଳୁଛି ପଶ୍ଚିମ, ଉପକୂଳରେ ରଜ ପାଗ । କଲବଲ କରୁଛି ଅସହ୍ୟ ତାତି । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଜିଠୁ ଆସନ୍ତା ୧୮ ଯାଏ ରାଜ୍ୟରେ ସିଭିୟର ହିଟେଓ୍ଵଭ ଅନୁଭୂତ ହେବ । ଏନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ରଜରେ ତତଲା ରହିବ ପାଗ ।

ହିଟ୍‌ ହିଟୱେଭ୍  ପାଇଁ ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁରକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । କାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି । ସେପଟେ ମୌସୁମୀ ବାୟୁ ଅଗ୍ରସର ପାଇଁ ଅନୁକୂଳ ରହିଛି ପାଗ । ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ଅଗ୍ରସର ହେବ ମୌସୁମୀ । ଆସନ୍ତା ୧୮ରୁ ୨୧ ମଧ୍ୟରେ ଅଗ୍ରସର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.